Skip to playerSkip to main content
  • 9 hours ago
ନିମାପଡ଼ା: ସଡ଼କ ସୁରକ୍ଷା ଜୀବନ ରକ୍ଷା । 'ସେବା ସଙ୍କଳ୍ପ ଅଭିଯାନ' ଜରିଆରେ ପିପିଲି ଟୋଲ୍ ପ୍ଲାଜା ନିକଟରେ ପୁରୀ ପରିବହନ ବିଭାଗ ଏବଂ ପିପିଲି ପୋଲିସର ମିଳିତ ସହଯୋଗରେ ଲୋକଙ୍କୁ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ବାଇକରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ହେଲମେଟ୍ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ ସବୁଠାରୁ ବଡ଼ କଥା ହେଲା, ଯେଉଁମାନେ ହେଲମେଟ୍ ନ ପିନ୍ଧି ଯାତ୍ରା କରୁଥିଲେ, ସେମାନଙ୍କୁ କେବଳ ସଚେତନ କରାଯାଇ ନଥିଲା, ବରଂ ସେମାନଙ୍କୁ ବିନା ମୂଲ୍ୟରେ ହେଲମେଟ୍ ପ୍ରଦାନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ପୁରୀ ଆର.ଟି.ଓ. ଅମିତ୍ କୁମାର ମହାରଣା, ପୁରୀ ପରିବହନ ଅଧିକାରୀ ସୁଶାନ୍ତ କୁମାର ପାତ୍ର ଏବଂ ପିପିଲି ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପିପିଲି ଥାନା ପୋଲିସ, ହାଇୱେ ପାଟ୍ରୋଲିଙ୍ଗ୍ ଟିମ୍ ଏବଂ ପରିବହନ ବିଭାଗର ସମସ୍ତ କର୍ମଚାରୀ ସକ୍ରିୟ ଭାବେ ସହଯୋଗ କରିଥିଲେ । ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଏହା ଏକ ଅନନ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।ପୁରୀ ପରିବହନ ଅଧିକାରୀ ସୁଶାନ୍ତ କୁମାର ପାତ୍ର କହିଛନ୍ତି,"ବର୍ତ୍ତମାନ ରାଜ୍ୟରେ ସେବା ସଙ୍କଳ୍ପ ଅଭିଯାନ ଚାଲିଛି । ଏହି ଅବସରରେ ଆମେ ଲୋକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ ଏବଂ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବାକୁ ସଚେତନ କରୁଛୁ । ଯଦି ସମସ୍ତେ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ କରନ୍ତେ, ତେବେ ସଡ଼କ ଦୁର୍ଘଟଣା କିଛି ମାତ୍ରାରେ ହ୍ରାସ ପାଇପାରନ୍ତା ।" ଏହା ମଧ୍ୟ ପଢନ୍ତୁ... ଢେଙ୍କାନଳରେ ଅଗ୍ନିଶମ ସେବା ସପ୍ତାହ ପାଳିତ, ସୁରକ୍ଷା ନେଇ ଲୋକଙ୍କୁ କରାଗଲା ସଚେତନ - Fire service Weekଏହା ମଧ୍ୟ ପଢନ୍ତୁ...ସ୍ମାର୍ଟ ହେଲମେଟ୍ ଷ୍ଟାର୍ଟ ଅପ; ହେଲମେଟ୍ ନପିନ୍ଧିଲେ ଷ୍ଟାର୍ଟ ହେବନି ଗାଡିଇଟିଭି ଭାରତ,ନିମାପଡ଼ା 

Category

🗞
News
Transcript
00:02foreign
00:19foreign
00:20I am very tired, not with the person who has every helmet.
00:23Without a helmet, 51% of people have died.
00:28When the city is less than this, I am very tired.
00:31I am very tired, I am very tired.
00:34I am very tired of this helmet, so I am very tired of this helmet.
00:37If you are not like me, you are not like me.
00:43I am getting tired from my mind and fine from my mind.
00:48I am fine.
00:50We request and unordered that we have to do a helmet and put a proper document.
00:58I am a very good person with a helmet.
01:04I am a very good person with a helmet.
01:05I am a very good person with a helmet.
01:06I am a very good person with a helmet.
01:47I think it's very important to know that there are a lot of people who are living in this country
01:55and have a lot of people who are living in this country and have a lot of people who are
02:07living in this country.
02:42Thank you very much.
02:42speeder guard is all on to 9

Recommended