Skip to playerSkip to main content
  • 5 hours ago
ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଆରମ୍ଭ ହୋଇଛି । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଂଚଳ । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ବାବଧାନରେ ପୁରୋଧା ଜ୍ଞାନ ରଞ୍ଜନ ପତି, ସରୋଜ ପତି ପ୍ରମୁଖ ପାରମ୍ପରିକ ଋତି ନିତି ଅନୁଯାୟୀ ରଥ ପୂଜା ଆରମ୍ଭ କରିବା ପରେ ରଥପ୍ରତିଷ୍ଠା କରାଯାଇଥିଲା । ଏହାପରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣାଯାଇଥିଲା ।  ୮ ଦିନ ଯାଏ ପ୍ରତ୍ୟେହ ସଂଧ୍ୟାରେ ରଥ ମନ୍ଦୀରର ବେଢ଼ା ପରିକ୍ରମା କରିବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ରଥରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଦାଳୁଙ୍କ ଭିଡ ଜମିଛି । ଏହି ରଥ ଟଣା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମା ବିରାଜାଙ୍କ ଶାରଦୀୟ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସାରିବାକୁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିତିକଣ୍ଠ କାନୁନଗୋ, ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡାଙ୍କ ସମେତ ବହୁ ଅଧିକାରୀ ସାମିଲ ହୋଇ ରଥ ଟାଣି ଥିଲେ।ଏହା ମଧ୍ୟ ପଢନ୍ତୁ   300 ବର୍ଷ ପୁରୁଣା ଇନ୍ଦୁପୁର ଦୁର୍ଗାପୂଜା; 16ରୁ ଷଷ୍ଠୀ ପୂଜା ଆରମ୍ଭ, 22ରେ ଭସାଣୀଏହା ମଧ୍ୟ ପଢନ୍ତୁ କଟକ ଦଶହରାରେ ଭାଇଚାରା: ତିନି ପିଢ଼ି ଧରି ଦେବୀ ଦୁର୍ଗାଙ୍କ ଜରିମେଢ ତିଆରି କରୁଛନ୍ତି ଅସଲମ ଅଲ୍ଲୀଙ୍କ ପରିବାରଇଟିଭି ଭାରତ, ଯାଜପୁର

Category

🗞
News
Transcript
00:11This video is brought to you by the U.S. Department of State Department of State.
00:39We are now at Saradhyo Nauratri Arambu.
00:49We are going to be in Jajpur.

Recommended