Skip to playerSkip to main content
  • 4 days ago
କଟକ: ପ୍ରଥମ ଥର ପାଇଁ ଦଶହରାରେ, ସପ୍ତମୀ ପୂଜାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ପ୍ରାୟ 90 ପ୍ରତିଶତ ମଣ୍ଡପ ଗୁଡିକରେ ଆଜି ଷଷ୍ଠୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମାତ୍ର 10 ପ୍ରତିଶତ ମଣ୍ଡପରେ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଯେଉଁ ମଣ୍ଡପରେ ଆଜି ସପ୍ତମୀ ପୂଜା ଆସନ୍ତାକାଲି ସେଠାରେ ଅଧିସପ୍ତମୀ ପୂଜା ଅନୁଷ୍ଠିତ ହେବ । ମାତ୍ର ଅନେକ ମଣ୍ଡପରେ ଆସନ୍ତାକାଲି ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ । ତେବେ କାହିଁକି ଏବଂ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।ଯେଉଁ ମଣ୍ଡପ ବାଙ୍ଗୀୟ ରୀତିନୀତିରେ ଦୁର୍ଗାପୂଜା କରୁଛନ୍ତି, ସେହି ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଏବଂ ଆସନ୍ତାକାଲି ଅଧିସପ୍ତମୀ ପୂଜା । ମାତ୍ର ଯେଉଁ ମଣ୍ଡପରେ ଓଡ଼ିଆ ପାଞ୍ଜିରେ ପୂଜା କରୁଛନ୍ତି, ସେମାନେ ଆସନ୍ତାକାଲି ହିଁ ମହାସପ୍ତମୀ ପୂଜା କରିବେ । ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ପୂଜକ ବଂଶୀଧର ଶତପଥି । ସେ କହିଛନ୍ତି,"ମୁଁ ଦୀର୍ଘ 55 ବର୍ଷ ହେବ ମଣ୍ଡପରେ ପୂଜକ ଭାବରେ ପୂଜା କରୁଛି । ହେଲେ ପ୍ରଥମ ଥର ପାଇଁ ଏଭଳି ଘଟିଛି । ପୂର୍ବରୁ ପୂଜା ସମୟରେ ବିଶ୍ରାମ ରହୁଥିଲା ମାତ୍ର ଏପରି ଦୁଇ ଦିନିଆ ସପ୍ତମୀ ପୂଜା ପ୍ରଥମ ଥର । ବଙ୍ଗୀୟ ପଞ୍ଜିକା ଅନୁଯାୟୀ ଆଜି ମୃଣ୍ମୟୀ ମୂର୍ତ୍ତିଙ୍କ ମହାସପ୍ତମୀ ପୂଜା । ଏହି ପଞ୍ଜିକା ଅନୁଯାୟୀ କିଛି ମଣ୍ଡପରେ ଆଜି ମହାସପ୍ତମୀ ପୂଜା କରାଯାଇଛି । ଘଟ ପୂଜା କରାଯିବା ସହ ନବପତ୍ରିକା ପୂଜା ମଧ୍ୟ କରାଯାଇଛି । ନଦୀକୁ ଯାଇ ଘଟ ପୂଜା କରାଯିବା ସହ ମଣ୍ଡପରେ ମା'ଙ୍କୁ ଆବାହନ କରି ସପ୍ତମୀ ବିହିତ ପୂଜା କରାଯାଇଛି । ଏହି କ୍ରମରେ ଆଜି କଟକ ଖାନ ନଗର ପୂଜା ମଣ୍ଡପରେ ମଧ୍ୟ ସପ୍ତମୀ ବିହିତ ପୂଜା କରାଯାଇଛି ।"ଏହା ମଧ୍ୟ ପଢନ୍ତୁ...ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳାଏହା ମଧ୍ୟ ପଢନ୍ତୁ... ୩୨ ପ୍ରକାର ଫଳ ଓ ପନିପରିବାରେ ନିର୍ମିତ ମା' ଦୁର୍ଗାଙ୍କ ବାଲୁକା କଳାଇଟିଭି ଭାରତ,କଟକ

Category

🗞
News
Transcript
00:00દેખંંતુ પવીત્ર દશરા પાઈપરા ચળચણ ચળહે ઉઠીચિ કટાકા સહરા એબંગ આમે આસી પહંચિ કટાકા કટાક�
00:38કટાક જાકા કટાકા આસી આસી કાંપતું કટાકા સહારં પરા પીત્તે આમે કટાકા કટાકા કારણા

Recommended