Skip to playerSkip to main content
  • 24 minutes ago
କେନ୍ଦ୍ରାପଡା: ପବିତ୍ର ନବରାତ୍ରି ପୂଜାର  ଆଜି ଅନ୍ତିମ ଦିବସ । ଅହୋରାତ୍ରି ତଥା ମହାନବମୀ ତିଥିରେ ସାରା ଅଞ୍ଚଳ ଶକ୍ତିମୟ ହୋଇଉଠିଛି। ଗତକାଲି ଅର୍ଥାତ ମହାନବମୀ ତିଥିରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ସ୍ୱତନ୍ତ୍ର ପୂଜା ସମ୍ପନ୍ନ ହୋଇଯାଇଛି ।  ଶକ୍ତିସ୍ୱରୂପିଣୀଙ୍କୁ ବିଦାୟ ଜଣାଇବା ପୂର୍ବରୁ ଆୟୋଜିତ ହୋଇଯାଇଛି ପ୍ରସିଦ୍ଧ ‘କନ୍ୟା ପୂଜନ’ ନୀତି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳର  ଥାନାପତି ମଣ୍ଡପରେ ଏକ ଆଧ୍ୟାତ୍ମିକ ଓ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।​ଥାନପତି ମଣ୍ଡପରେ ଚଳିତ ବର୍ଷ କନ୍ୟା ପୂଜନକୁ ଅତ୍ୟନ୍ତ ମହା ସମାରୋହ ଓ ମହାଡମ୍ବରରେ ପାଳନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ନଅ ଜଣ କୋମଳମତି ଶିଶୁ କନ୍ୟାଙ୍କୁ ମା’ ଦୁର୍ଗାଙ୍କ ନବଦୁର୍ଗା ରୂପରେ ସଜ୍ଜିତ କରାଯାଇଥିଲା। ପୂଜକ ଓ ଶ୍ରଦ୍ଧାଳୁମାନେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଏହି କୁମାରୀମାନଙ୍କ ପାଦ ଧୋଇ, ଚନ୍ଦନ,ସିନ୍ଦୂର ଓ ପୁଷ୍ପମାଲ୍ୟ ଦେଇ ବନ୍ଦାପନା କରିଥିଲେ।  ସେମାନଙ୍କୁ ନାନାଦି ସ୍ୱାଦିଷ୍ଟ ମିଷ୍ଟାନ୍ନ, ଭୋଗ ଓ ଉପହାର ପ୍ରଦାନ କରାଯାଇ ଆଶୀର୍ବାଦ ଭିକ୍ଷା କରା ଯାଇଥିଲା।​ ଏହି ସ୍ୱତନ୍ତ୍ର ପୂଜା ନୀତି ଦେଖିବାକୁ ମଣ୍ଡପରେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା।କେବଳ ମୃଣ୍ମୟୀ ମୂର୍ତ୍ତି ମଧ୍ୟରେ ନୁହେଁ, ଏହି  କୁମାରୀ କନ୍ୟାମାନଙ୍କ ମଧ୍ୟରେ ସାକ୍ଷାତ୍  ମା’ ଜଗଜ୍ଜନନୀଙ୍କ ପ୍ରତ୍ୟକ୍ଷ ଆବିର୍ଭାବକୁ ଅନୁଭବ କରିଥିବା  ଭକ୍ତମାନେ ମତ ପ୍ରକାଶ କରିଛନ୍ତି। ଶଙ୍ଖ, ହୁଳହୁଳି, ଘଣ୍ଟପାଟୁଆ ଓ ବେଦମନ୍ତ୍ରର ଗମ୍ଭୀର ଧ୍ୱନିରେ ପୂରା ଇନ୍ଦୁପୁର ଅଞ୍ଚଳ ଏକ ଅପୂର୍ବ ଦିବ୍ୟ ଶାନ୍ତି ଓ ଭକ୍ତିରସ ଭରି ହୋଇଯାଇଥିଲା ।
ପୂଜା କମିଟି ଓ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଏନେଇ  ପୂଜା କମିଟି ସମ୍ପାଦକ ନୀଳମାଧବ ପତି କୁହନ୍ତି," ଏହି ଅନୁଷ୍ଠାନର ଏକ ମୁଖ୍ୟ ଆକର୍ଷଣ ହେଉଛି କାଳିକା ନାଚ, ଯାହା ପ୍ରାୟ ଅଧା ଘଣ୍ଟା ଧରି ଚାଲିଥାଏ। ଏହି ନାଚରେ ପ୍ରାୟ ୫,୦୦୦ରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ। ଏଠାରେ ପାଖାପାଖି ୨୦୦ ପାଣି କଖାରୁ ବଳି ପଡ଼େ। ଖଣ୍ଡା ଧରି ମାଆଙ୍କ ଆଗରେ ନାଚି ନାଚି ତିନିଥର ବଳି ପକାଯିବାର ପରମ୍ପରା ରହିଛି। ଏବର୍ଷ ଥାନାପତି ପାଖରେ ପିଲାମାନଙ୍କୁ (କୁମାରୀମାନଙ୍କୁ) ଏକାଠି କରି କୁମାରୀ ପୂଜା କରାଯାଉଛି। ମାଆ ଦୁର୍ଗା କୁମାରୀ ଅବସ୍ଥାରେ ମହିଷାସୁରକୁ ବଧ କରିଥିଲେ। ତେଣୁ କୁମାରୀ ପିଲାମାନଙ୍କ ମାଧ୍ୟମରେ ନାରୀ ଶକ୍ତିକୁ ଜାଗ୍ରତ ଓ ଉତ୍ସାହିତ କରିବା ପାଇଁ ଏହି ବଡ଼ ଆୟୋଜନ କରାଯାଇଛି। ​ମାତୃଶକ୍ତିକୁ ସମ୍ମାନ ଜଣାଇ ଏବଂ ନାରୀ ଶକ୍ତିକୁ ଆଗକୁ ବଢ଼ାଇବା ପାଇଁ ଏହି ପରମ୍ପରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ"ବୋଲି ସେ କହିଛନ୍ତି।
 ଇଟିଭି ଭାରତ, କେନ୍ଦ୍ରାପଡ଼ା

Category

🗞
News
Transcript
00:01It's time to go to the airport.
00:03We're going to drive it in.
00:06We're going to drive it in.
00:11We're going to drive it in.
00:16We're going to drive it in.

Recommended