Skip to playerSkip to main content
  • 6 weeks ago
ଖୋରଧା: ଆଜି ଶ୍ରାବଣ ମାସର ଶେଷ ସୋମବାର । ଏହି ଅବସରରେ ଖୋରଧାର ଅଟ୍ରି ହଟକେଶ୍ୱର ଏକାଦଶ ରୁଦ୍ର ମହାଦେବଙ୍କ ପୀଠରେ ଜଳ ଲାଗି କରିବାକୁ ଓଡ଼ିଶାର ବିଭିନ୍ନ ନଦୀ ଘାଟରୁ କାଉଡ଼ିଆମାନେ ପବିତ୍ର ଜଳ ଉଠାଇ ମହାଦେବଙ୍କୁ ଅଭିଷେକ କରିଛନ୍ତି । ହାଟକେଶ୍ୱରଙ୍କ ପୀଠରେ ଭୋର 3ଟାରୁ ମନ୍ଦିର ପହଡ଼ ଖୋଲାଯାଇ ଠାକୁରଙ୍କ ରୀତିନୀତି ସରିବା ପରେ ଜଳ ଲାଗି ଆରମ୍ଭ ହୋଇଛି । କାଉଡ଼ିଆମାନେ ଧାଡ଼ିରେ ଯାଇ ଜଳ ଲାଗି କରୁଛନ୍ତି । ଶିବଙ୍କ ପଞ୍ଚାକ୍ଷର 'ଓଁ ନମଃ ଶିବାୟ' ସହିତ ହର ହର ମହାଦେବ ଧ୍ୱନିରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଛି । ବିଶ୍ୱାସ ରହିଛି ଯେ, ଆଜିର ତିଥିରେ ମହାଦେବଙ୍କ ନିକଟରେ ଜଳଲାଗି ସହିତ ଅଭିଷେକ କଲେ ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି । କାଉଡ଼ିଆଙ୍କ ଜଳ ଲାଗି ପରେ ଅଭିଷେକ ଆରମ୍ଭ ହୋଇଥାଏ । ଏହି ବିଶ୍ୱାସ ଏବଂ ପରମ୍ପରାକୁ ଆଧାର କରି ଶ୍ରଦ୍ଧାଳୁମାନେ ପ୍ରାତଃ କାଳରୁ ମହାଦେବଙ୍କ ଦର୍ଶନ ଏବଂ ପୂଜା କରୁଛନ୍ତି । କାଉଡ଼ିଆ ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜା ଲାଗି ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ  କରାଯାଇଛି । ଠାକୁରଙ୍କ ଦୈନନ୍ଦିନ ରୀତିନୀତି ଭୋର୍ ସମୟରୁ ଆରମ୍ଭ ହୋଇ ସାହାଣ ମେଲା ଦର୍ଶନ ମଧ୍ୟ ଚାଲୁ ରହିଛି । ଏହି ଅବସରରେ ମନ୍ଦିର ଟ୍ରଷ୍ଟି ସଦସ୍ୟ ରଞ୍ଜନ କୁମାର ମହାପାତ୍ର କହିଛନ୍ତି, "ଆଜି ଶ୍ରାବଣ ମାସର ଶେଷ ସୋମବାର, ଏ ପାଳିରେ ବିଶେଷ ଗହଳି ନାହିଁ, ବର୍ଷା ସତ୍ୱେ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ବାବାଙ୍କ ପାଖକୁ ଆସିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ଠାକୁରଙ୍କ ନୀତିକାନ୍ତି ଶେଷ ହେବାପରେ ଶୃଙ୍ଖଳା ସହିତ ଜଳଲାଗି କରାଯାଉଛି ।" ସେହିପରି ଶ୍ରଦ୍ଧାଳୁ ନକୁଳ ବେହେରା କହିଛନ୍ତି, "ଠାକୁରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ମୁଁ ବାଙ୍କୀରୁ ଆସିଛି । ଠାକୁରଙ୍କ ଅପାର କରୁଣା ରହିଛି, ଭକ୍ତି ଓ ବିଶ୍ୱାସର ସହ ଜଳଲାଗି ପାଇଁ ଆସିଛି ।" ସେହିପରି ନିହାର କାନ୍ତ ସାମନ୍ତରାୟ କହିଛନ୍ତି, "ଶେଷ ଶ୍ରାବଣରେ ମହାପ୍ରଭୁଙ୍କୁ ଜଳଲାଗି ପାଇଁ ଆସିଛି । ସାତ ବର୍ଷ ହେବ ଠାକୁରଙ୍କ କୃପାରୁ ଏ ପୀଠକୁ ଆସୁଛି ।"
 
 ଏହା ମଧ୍ୟ ପଢ଼ନ୍ତୁ...ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼ଶ୍ରାବଣ ଦ୍ୱିତୀୟ ସୋମବାର; ଜଳାଭିଷେକ ପାଇଁ ଅଟ୍ରି ହଟକେଶ୍ୱର ପୀଠରେ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ଇଟିଭି ଭାରତ, ଖୋରଧା

Category

🗞
News
Transcript
00:00Thank you very much.
00:34Thank you very much.

Recommended