Skip to playerSkip to main content
  • 12 minutes ago
ପୁରୀ: ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲକୃଷ୍ଣ ଆଡଭାନୀଙ୍କ ୯୯ତମ ଜନ୍ମଦିନ ଅବସରରେ ତାଙ୍କ ଶୁଭେଛୁମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳା ମାଧ୍ୟମରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଭାରତ ରତ୍ନ ଏଲ୍. କେ. ଆଡଭାନୀ ୯୯ ବର୍ଷରେ ପଦାର୍ପଣ କରୁଛନ୍ତି, ଯାହା ଭାରତ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଦେଶ ପ୍ରତି ଏଲ୍. କେ. ଆଡଭାନୀଙ୍କ ଅବଦାନକୁ ଦୃଷ୍ଟିରେ ରଖି, ଆମେ ତାଙ୍କ ଜନ୍ମଦିନ ଅବସରରେ ଆମ କଳା ମାଧ୍ୟମରେ ତାଙ୍କୁ ସମ୍ମାନିତ କରିବାକୁ ଚାହୁଁଛୁ । ଏହା ସହିତ, ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ସେ ତାଙ୍କ ଉପରେ ନିଜର ଆଶୀର୍ବାଦ ବର୍ଷା କରନ୍ତୁ ।"ବାଲୁକା ଚିତ୍ର କଳାରେ ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତିକୃତିକୁ କରାଯାଇଥିବା ବେଳେ ୯୯ତମ ଜନ୍ମଦିନ ଶୁଭେଚ୍ଛା ଦିଆଯାଇଛି । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ୧୯୨୭ ମସିହା ନଭେମ୍ବର ୮ ତାରିଖରେ କରାଚୀରେ ଜନ୍ମଗ୍ରହଣ କରିଥିଲେ, ଯାହାକି ଏବେ ଏହା ପାକିସ୍ଥାନରେ ରହିଛି । ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାରତର ୭ମ ଉପ-ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ଦୀର୍ଘ ସମୟ ଧରି କେନ୍ଦ୍ର ଗୃହମନ୍ତ୍ରୀ (Home Minister) ଥିଲେ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ତାଙ୍କୁ ୨୦୨୪ରେ ଭାରତରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ବାଲୁକା କଳାରେ ସ୍ୱାଗତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକସ୍ୟାଣ୍ଡ ଆନିମେସନ୍‌ରେ ମା' ବିରଜାଙ୍କ ପ୍ରତିମୂର୍ତ୍ତି ଓ ରଥଇଟିଭି ଭାରତ, ପୁରୀ

Category

🗞
News
Transcript
00:00Thank you
00:45Thank you
01:07Thank you

Recommended