Skip to playerSkip to main content
  • 7 weeks ago
ବ୍ରହ୍ମପୁର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ବ୍ରହ୍ମପୁର ସହରର ଗୋକୁଳଧାମ ପରିସରରେ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତମାନେ ଏଠାକୁ ଆସି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରାଧା ଏବଂ ମା'ରୁକ୍ମଣୀଙ୍କୁ ଦର୍ଶନ କରିଛନ୍ତି । ସହରର ଗୋଷାଣିନୂଆଗାଁ ଅଞ୍ଚଳରେ ରହିଥିବା ଗୋକୁଳଧାମ ମନ୍ଦିରର ବିଶେଷତ୍ୱ ହେଲା ବୃନ୍ଦାବନ ପରେ ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀ ପୂଜା ପାଆନ୍ତି । ଯାହାଙ୍କୁ ଦର୍ଶନ କରିବା ପାଇଁ ବର୍ଷତମାମ  ଭକ୍ତମାନେ ଭିଡ଼ ଜମାଇଥାନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ସମେତ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ଏହି ଅବସରରେ ମନ୍ଦିରର ପୂଜକ କହିଛନ୍ତି,"ଗୀତାରେ ବର୍ଣ୍ଣିତ ରହିଛି ଯେ,ଭଗବାନ ଶ୍ରୀକୃଶଷ୍ଣଙ୍କ ଜନ୍ମ ଦିବସକୁ ଯେଉଁମାନେ ପାଳନ କରନ୍ତି, ସେମାନଙ୍କର ପୁନଃଜନ୍ମ ହୁଏ ନାହିଁ । ସେମାନେ ଭଗବାନଙ୍କୁ ପ୍ରାପ୍ତ କରନ୍ତି ବୋଲି ବିଶ୍ୱାସ ରହିଛି ।"
 ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଭକ୍ତ ନିରୁପମା ସାହୁଙ୍କ କହିଛନ୍ତି,"ଜନ୍ମାଷ୍ଟମୀ ଅବସରରେ ଆମେ ତ ବୃନ୍ଦାବନ ଯାଇପାରିବୁ ନାହିଁ । କିନ୍ତୁ ତାରି ବଦଳରେ ଆମେ ଗୋକୁଳଧାମକୁ ଆସି ସେହି ଭକ୍ତିମୟ ପରିବେଶକୁ ଅନୁଭବ କରୁଛୁ । ବହୁତ ଆଶା ନେଇକି ଆସିଥିଲୁ ଦର୍ଶନ ବହୁତ ଭଲ ହେଲା । "ଅନ୍ୟପଟେ ମନ୍ଦିରର କର୍ମକର୍ତ୍ତା କେଦାର ନାଥ ଚୌଧୁରୀ କହିଛନ୍ତି," ସୃଷ୍ଟିର ସ୍ରଷ୍ଟାଙ୍କ ଜନ୍ମତୀର୍ଥୀକୁ ଜନ୍ମାଷ୍ଟମୀ ଭାବରେ ପ୍ରତ୍ୟେକ ଘରେ ଘରେ ପାଳନ କରାଯାଉଥିବା ବେଳେ ଏଠାରେ ରାଧାକୃଷ୍ଣଙ୍କ ସହିତ ରୁକ୍କଣୀ ପୂଜା ପାଆନ୍ତି । ଆଜି ଭୋର ସକାଳ ସମୟରୁ ମଙ୍ଗଳାଅଳତୀ ସହ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଛି ।"ଏହା ମଧ୍ୟ ପଢନ୍ତୁ...ବାଲୁକା କଳାରେ ୧୦୧ଟି ମାଖନ ହାଣ୍ଡି ସହ ନନ୍ଦଲାଲା, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନଏହା ମଧ୍ୟ ପଢନ୍ତୁ... ପବିତ୍ର ଜନ୍ମାଷ୍ଟମୀ; ଶ୍ରଦ୍ଧାଳୁଙ୍କ ସମାଗମରେ ଉଛୁଳି ଉଠିଛି ଢେଙ୍କାନାଳର ରଧାକୃଷ୍ଣଜୀଉ ମନ୍ଦିରଇଟିଭି ଭାରତ, ବ୍ରହ୍ମପୁର 

Category

🗞
News
Transcript
00:10foreign
00:15foreign
00:16foreign
00:23foreign
00:30foreign
01:00Thank you very much.
01:30Thank you very much.
01:32I was given a question from my friend, I failed to get my brother, and I now have to get
01:37my brother out of to get him
01:38When I tell him, my brother is very thankful and I have to be very proud of him
01:45When I tell him, my brother was very proud. I have been very proud of him to get married
01:50I told him I don't have to get married to 80% of him like this
02:27Thank you very much.
02:58Thank you very much.
03:26Thank you very much.

Recommended