Skip to playerSkip to main content
  • 5 weeks ago
କେନ୍ଦୁଝର: ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷରେ ଘଟଗାଁ ମା' ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଘଟଗାଁ ମା' ତାରିଣୀଙ୍କ ୯୦ ତମ ଚଇତି ପର୍ବର ଷଷ୍ଠ ଦିନରେ ମାଙ୍କ ଦର୍ଶନ କରି ଆଶିଷଲାଭ କଲେ ମୁଖ୍ୟମନ୍ତ୍ରୀ । ଏଥିସହିତ, ସମଗ୍ର ଓଡ଼ିଶାର ସର୍ବମଙ୍ଗଳ କାମନା କଲେ । ଯେଉଁମାନେ ବିଭିନ୍ନ ସମସ୍ୟାରେ ରହିଛନ୍ତି, ବିଶେଷ କରି ଦଳିତ, ଆଦିବାସୀ ତଥା ପଛୁଆ ବର୍ଗର ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସମ୍ବିଧାନ ପ୍ରଣେତା, ବିଆର୍ ଆମ୍ବେଦକରଙ୍କ ଜୟନ୍ତୀରେ ପଛୁଆ, ଦଳିତ ବର୍ଗର ଲୋକଙ୍କର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତ ଗରିବ କଲ୍ୟାଣ ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ଅଧିକ ୫କେଜି ଲେଖାଏଁ ଚାଉଳ ଦେବାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ୩ କୋଟି ୨୮ ଲକ୍ଷ ହିତାଧିକାରୀ ଲାଭ ପାଇବେ । ଏଥିସହ, ଅନ୍ତୋଦୟ ଗୃହ ଯୋଜନାରେ ରାଜ୍ୟର ପଛୁଆ ବର୍ଗର ହିତାଧିକାରୀଙ୍କୁ ଗୃହ ମିଳିବା ସହିତ, ପାନୀୟ ଜଳ ଏବଂ ବିଜୁଳି ମଧ୍ୟ ଯୋଗାଇ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।ଆଜି ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତର ୪ର୍ଥ ଦିନରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଆର ଆମେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀ ଓ ଅନ୍ୟ ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଥିଲେ ।ଏହା ବି ପଢନ୍ତୁ- ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ - BR AMBEDKAR JAYANTIଇଟିଭି ଭାରତ, କେନ୍ଦୁଝର 

Category

🗞
News
Transcript
00:00Today is the last 5th год.
00:03Today is the hero провolar of entrepreneurship in 2021.
00:10Further, we had so much Concerns in today's season.
00:13With myriah a fallen born in 2002, I will work hard for pityful feet.
00:21We did not work well in that first event.
00:25I believe that we stand in the belongs今日 oforfese.
00:29Thank you very much.
01:28Thank you very much.
Comments

Recommended