Skip to playerSkip to main content
  • 2 days ago
ନିମାପଡ଼ା/ପୁରୀ: ୬୦ ଟନ୍ ବାଲିରେ ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି । ଆଜି ପବିତ୍ର ମହାଶିବରାତ୍ରୀ, ହର ହର ମହାଦେବ ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ । ଏହି ଅବସରରେ ଦେଶବାସୀଙ୍କୁ ବାଲୁକା ଚିତ୍ରକଳା ମଧ୍ୟରେ ଶୁଭେଚ୍ଛା ଜଣାଇଛନ୍ତି ଚିତ୍ରଶିଳ୍ପୀ ସରିତା ଗୋଚ୍ଛାୟତ ଏବଂ ସୁଦାମ ପ୍ରଧାନ । ସରିତା କୋଣାର୍କରେ 10 ଫୁଟ ଉଚ୍ଚତାର ମହାଦେବଙ୍କ ଏକ ସୁନ୍ଦର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ସେହିପରି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ମଧ୍ୟ ପୁରୀ–କୋଣାର୍କ ମେରିନ୍ ଡ୍ରାଇଭରେ ଅବସ୍ଥିତ ବାବା କପିଳେଶ୍ୱର ମନ୍ଦିର, ବାଲିଗୁଆଳି ସାମ୍ନାରେ ଭଗବାନ ଶିବଙ୍କ ବିଶାଳ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଯାହାକୁ ତିଆରି କରିବା ପାଇଁ ୧୦ ଘଣ୍ଟା ସମୟ ଲାଗିଥିବା ବେଳେ ପ୍ରାୟ ୬୦ ଟନ୍ ବାଲି ଲାଗିଛି । ଏହାର ଉଚ୍ଚତା ପ୍ରାୟ ୨୨ ଫୁଟ୍ ଓଲମ୍ବ ପ୍ରାୟ ୪୦ ଫୁଟ୍ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଏନେଇ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ କହିଛନ୍ତି,"ଏହା ମହାଶିବରାତ୍ରୀ ଅବସରରେ ତିଆରି ହୋଇଥିବା ସବୁଠାରୁ ବଡ଼ ବାଲୁକା ଚିତ୍ରକଳା । ଏହି କଳାକୃତି ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ଅଟେ । ଆଜି ଭଲି ଏକ ପବିତ୍ର ଦିନରେ ଭଗବାନ ଶିବ ଆପଣଙ୍କ ଜୀବନରୁ ସମସ୍ତ ଅନ୍ଧକାର ଦୂର କରି ଆଲୋକରେ ଭରିଦିଅନ୍ତୁ । ମୋ କଳା ମାଧ୍ୟମରେ ମୁଁ ଶାନ୍ତି, ସକାରାତ୍ମକତା ଓ ଭକ୍ତି ପ୍ରସାର କରିବାକୁ ଚାହୁଁଛି ।"ଏହା ମଧ୍ୟ ପଢନ୍ତୁ...ମହାଶିବରାତ୍ରି ପାଇଁ ଚଳଚଞ୍ଚଳ କପିଳାଶ-ଲୋକନାଥ ପୀଠ, ଭୋର 4ଟାରେ ଉଠିବ ମହାଦୀପ ଏହା ମଧ୍ୟ ପଢନ୍ତୁ... ଆଜି ମହାଶିବରାତ୍ରି: ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଗୁଞ୍ଜରିତ ଗଗନ ପବନ, ଲୋକାରଣ୍ୟ ଲିଙ୍ଗରାଜଏହା ମଧ୍ୟ ପଢନ୍ତୁ... ଜାଗର ପୂର୍ବରୁ କଟକଣା; କଠୋର ହେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ମନ୍ଦିରକୁ ନେଇପାରିବେନି ପ୍ଲାଷ୍ଟିକଇଟିଭି ଭାରତ, ନିମାପଡ଼ା/ପୁରୀ

Category

🗞
News
Transcript
00:28Namaskar
00:53Namaskar
01:01Namaskar
01:31Namaskar
02:01Namaskar
02:02Namaskar
02:31Namaskar
02:32Namaskar
02:39Namaskar
02:40Namaskar
Comments

Recommended