Skip to playerSkip to main content
  • 5 hours ago
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡ଼ଦାଣ୍ଡ ରଥଖଳାରେ ଆଗେଇ ଚାଲିଛି ତିନ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ କରତି ସେବକମାନେ କରତରେ କାଠ କାଟି ତୁମ୍ୱ ପାଇଁ କାଠ ଯୋଗାଇ ଦେଉଛନ୍ତି ।ଏନେଇ ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, "ରଥର ପ୍ରଥମ ପର୍ଯ୍ୟାୟ କାର୍ଯ୍ଯ ହେଉଛି ତୁମ୍ୱ କାର୍ଯ୍ୟ । ମହାରଣା ସେବକମାନେ ତୁମ୍ୱ କାର୍ଯ୍ୟ କରୁଛନ୍ତି । ତିନି ରଥର ୪୨ ଟି ତୁମ୍ୱ ନିର୍ମାଣ ହେବ । ଫାଶୀ କାଠରେ ତୁମ୍ୱ ନିର୍ମାଣ କରାଯାଉଛି । ତେବେ ତୁମ୍ୱ ନିର୍ମାଣ ଶେଷ ପରେ ତୁମ୍ୱ ବିନ୍ଧ କାର୍ଯ୍ଯ ଆରମ୍ଭ ହେବ । ସକାଳ ୮ ଟାରୁ ରାତି ୮ ଟା ଯାଏଁ ରଥ ଖଳାରେ କାମ ହେଉଛି ।"

ସେହିପରି ରଥ ଅମିନ ଲକ୍ଷ୍ମଣ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, "ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏବେ ପ୍ରଥମେ ତୁମ୍ୱ ନିର୍ମାଣ କାର୍ଯ୍ୟ ଚାଲିଛି । ରଥ ପାଇଁ ଯାହା ଆବଶ୍ୟକ କାଠ ଆସିଛି । ପରେ ପର୍ଯ୍ୟାୟ କ୍ରମେ ପୁଣି କାଠ ଆସିବ । ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରରେ ଶେଷ ହେଉ । ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ ।"

 ଏହା ମଧ୍ୟ ପଢନ୍ତୁ...ପୁରୀ ରଥଖଳା ଚଳଚଞ୍ଚଳ: ରଥ ଚକ ପାଇଁ ତୁମ୍ବ କାର୍ଯ୍ୟ ଆରମ୍ଭ, 3 ରଥରେ ଲାଗିବ 42 ତୁମ୍ବଇଟିଭି ଭାରତ, ପୁରୀ 

Category

🗞
News
Transcript
00:17Thank you so much for joining us.
00:36We can't even get it.
00:38We can't even get it.
00:41If you can't get it, we can't get it.
00:44I'm getting it.
00:45If you don't get it, you can't get it.
00:53We can't get it.
01:23Thank you very much.
01:53Thank you very much.
Comments

Recommended