Skip to playerSkip to main content
  • 6 weeks ago
ପୁରୀ: ପୁରୀ ବେଳାଭୂମିରେ ବାଲୁକାକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା । ଭାରତର ଉପରାଷ୍ଟ୍ରପତି ନିର୍ବାଚନ ଅବସରରେ, ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାମୂର୍ତ୍ତି ତିଆରି କରିଛନ୍ତି । ଏହି କଳାକୃତିରେ ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ, ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି । ଏହାସହ ସୁଦର୍ଶନ ବେଳାଭୂମିରେ "ଅଭିନନ୍ଦନ ସି. ପି. ରାଧାକୃଷ୍ଣନ" ବୋଲି ଲେଖି ଶୁଭେଚ୍ଛା ଜଣାଇଛନ୍ତି । ସୁଦର୍ଶନଙ୍କ ବାଲୁକାକଳା ପ୍ରାୟ ୨୦ ଫୁଟ ଲମ୍ବା ଏବଂ ୮ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଛି । ସୁଦର୍ଶନ ତାଙ୍କ ବାଲୁକାକଳା ଜରିଆରେ ଦେଶ ପ୍ରତି ସେବାର ଏହି ନୂତନ ଯାତ୍ରା ଆରମ୍ଭ କରୁଥିବା ଉପରାଷ୍ଟ୍ରପତିଙ୍କୁ ଦେଶର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ସୁଦର୍ଶନ ଏହି ବାଲୁକାକଳାକୁ ଗଢିବାକୁ ପ୍ରାୟ ୧୦ ଟନ୍ ବାଲି ବ୍ୟବହାର କରିଛନ୍ତି ।
 ଏହା ମଧ୍ୟ ପଢ଼ନ୍ତୁ...VP ELECTION 2025; ସିପି ରାଧାକ୍ରିଷ୍ଣନ ଦେଶର ଉପ ରାଷ୍ଟ୍ରପତି ନିର୍ବାଚିତବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଭାରତର 15ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ସିପି ରାଧାକ୍ରିଷ୍ଣନଙ୍କୁ ଆମ ବାଲୁକା କଳାରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛୁ । ପ୍ରାୟ 20 ଫୁଟ ପ୍ରସ୍ତ ଓ 8 ଫୁଟ ଉଚ୍ଚର ଏହି ସ୍ଯାଣ୍ଡ ଆର୍ଟ ପ୍ରସ୍ତୁତ କରିଛୁ ।" 

ଇଟିଭି ଭାରତ, ପୁରୀ

Category

🗞
News
Transcript
00:00I have been very proud to be here in India.
00:18I have been very proud to be here in India.
00:23I have been proud to be here in India.
00:29Around 20 feet wide and 8 feet high to a sand sculpture.
00:33This is our Abhinandan Gampan career, Ajana artist.
Be the first to comment
Add your comment

Recommended