Skip to playerSkip to main content
  • 2 days ago
ଯାଜପୁର: ମା' ଶ୍ୟାମାକାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ଯାଜପୁର ମାଟି । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ । ଗତକାଲି (ସୋମବାର) ରାତିରେ ଯାଜପୁର ଟାଉନ ପୌର ପାଳିକାରରେ 44ଟି ଏବଂ ବ୍ୟାସନଗରରେ 18ଟି ପୂଜା ମଣ୍ଡପରେ ମା'ଙ୍କ ପୂଜା ଶେଷ ହୋଇଥିବା ବେଳେ ଆଜି ମା'ଙ୍କ କଳସ ବିସର୍ଜନ କରାଯାଇଛି । ଗତ ବିଳମ୍ବିତ ରାତ୍ର ପ୍ରାୟ 10:30 ମିନିଟରେ ମା'ଙ୍କ କଳସ ବୁଡିବା ପରେ ପୁରା ରାତିତମାମ୍ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଥିଲା l ଆଜି ଠିକ୍ ଭୋରୁ ଭୋରୁ ମା'ଙ୍କ ପୂଜା ଶେଷ ହେବ ପରେ ମା'ଙ୍କ କଳସ ବିସର୍ଜନ କରାଯାଇଛି । ସେପଟେ ମା'ଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।ପୂଜକ ଗୌରାଙ୍ଗ ଚରଣ ପାଢ଼ୀ କହିଛନ୍ତି, ‘ଯାଜପୁର ଜିଲ୍ଲାରେ ମା' ଶ୍ୟାମାକାଳୀଙ୍କ ପୂଜା ବହୁ ଧୁମଧାମରେ ପାଳନ କରାଯାଏ । ଗତକାଲି ରାତିରୁ ମା'ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଆଜି ସକାଳୁ ମା' ଶ୍ୟାମାକାଳୀଙ୍କ କଳସ ବିସର୍ଜନ କରାଯାଇଛି । ଆଜି ଠାରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜା ମଣ୍ଡପରେ ଆରମ୍ଭ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଳା l ଏହି ସମୟରେ ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି l ଆସନ୍ତା 31 ତାରିଖ ଦିନ ମା' ଶ୍ୟାମାକାଳୀଙ୍କ ଭସାଣି ଉତ୍ସବ ପାଳନ କରାଯିବ । "ଏହା ମଧ୍ୟ ପଢନ୍ତୁ...1000 ଦୀପରେ ବାଲୁକା କଳା, ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - DIWALI 2025 ଏହା ମଧ୍ୟ ପଢନ୍ତୁ...ଦୀପାବଳି 2025; ସମଲେଇଙ୍କ ପୀଠରେ ଜଳିଲା 11000 ଦୀପ ଏହା ମଧ୍ୟ ପଢନ୍ତୁ... ନିଆରା ଦୀପାବଳି ସେଲିବ୍ରେସନ୍; ବାଣ ଫୁଟାଇ ନୁହେଁ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇଲେ ଯୁବ ବର୍ଗଇଟିଭି ଭାରତ, ଯାଜପୁର

Category

🗞
News
Be the first to comment
Add your comment

Recommended