Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
7 months ago
ଭଦ୍ରକ: ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଉଡିଲା ଜାତୀୟ ପତକା । 77 ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି । ଦେଶର ଉପକୂଳ ସୁରକ୍ଷାରେ ନିରନ୍ତର ସେବା ଯୋଗାଉଥିବା ସୁରକ୍ଷା ବାହିନୀଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତି ସେ କୃତଜ୍ଞତା ପ୍ରକାଶ କରିଛନ୍ତି ।₹149 କୋଟି ଟଙ୍କା ବଜେଟ ମଞ୍ଜୁର: ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘମିଆଦୀ ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ । ଡିଜିପି କହିଛନ୍ତି ଏଥି ନିମନ୍ତେ ଚଳିତବର୍ଷ ରାଜ୍ୟ ସରକାର ବାର୍ଷିକ ବଜେଟରେ ₹149 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଉକ୍ତ ଅର୍ଥରାଶିକୁ ବିନିଯୋଗ କରି ସାମୁଦ୍ରିକ ପାଟ୍ରୋଲିଂ ପାଇଁ ଯନ୍ତ୍ର ଚାଳିତ ବୋଟ, ଟ୍ରଲର, ପ୍ରତ୍ୟେକ ସାମୁଦ୍ରିକ ଥାନା ପାଇଁ ଡ୍ରୋନ, ନୌସେନା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତାଙ୍କୁ ନିୟୋଜନ, ମାଛଧରା ଅବତରଣ କେନ୍ଦ୍ରରେ ସ୍ୱତନ୍ତ୍ର ସାମୁଦ୍ରିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରିବା ଏବଂ ସମସ୍ତ ସାମୁଦ୍ରିକ ଥାନା ଗୁଡିକରେ କମ୍ୟୁନିଟି ପୋଲିସିଂ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଆଗାମୀ ଦିନରେ ଏଠାରେ ଉଡିବ ପତକା:2024 ମସିହାରେ ଓଡ଼ିଶାରେ ଆୟୋଜିତ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପକୂଳ ରାଜ୍ୟ ଗୁଡ଼ିକର ଜନବସତି ବିହୀନ ଦ୍ୱୀପ ଗୁଡ଼ିକରେ ସାଧାରଣତନ୍ତ୍ର ଦିବସ କିମ୍ବା ତାହା ପୂର୍ବ ଦିନ ଜାତୀୟ ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶାର ଜନବସତି ବିହୀନ ଉପକୂଳ ଦ୍ୱୀପକୁ ଚିହ୍ନଟ କରି ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଆଗାମୀ 3 ଦିନ ମଧ୍ୟରେ କନିକା ସ୍ୟାଣ୍ଡସ୍, ଲଙ୍ଗ ହ୍ଵିଲର (ବାବୁବାଲି), କୋକୋନଟ ହ୍ଵିଲର, ସ୍ମଲ ହ୍ଵିଲର, ନୟାଟାପୁ, ବୁଦ୍ଧିଆବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ଦ୍ଵୀପ, କାଦୁଆପାଳ, ଧାନୀଛଡା ଏବଂ ପୁରୀ ଜିଲ୍ଲାର ପାରିକୁଦ, ନଳବଣ, କାଳିଜାଇ ଦ୍ଵୀପରେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ଯୋଜନା ରହିଛି । ଏହା ମଧ୍ୟ ଦେଖନ୍ତୁ... କାହିଁକି ବିଦେଶୀ ପକ୍ଷୀଙ୍କ ପସନ୍ଦ ଓଡ଼ିଶା ?ନୟାଗଡ଼ରୁ ପୁରୀ ଗଲା ରଥ କାଠ, ଶ୍ରୀପଞ୍ଚମୀରେ ଅନୁକୂଳ
ଇଟିଭି ଭାରତ, ଭଦ୍ରକ
Category
🗞
News
Transcript
Display full video transcript
00:00
Thank you very much.
00:30
Thank you very much.
01:00
Thank you very much.
Show less
Comments
Add your comment
Recommended
3:37
|
Up next
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
6 days ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 weeks ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
3 months ago
2:58
Watch: ଚଷମା ଦୋକାନରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ
ETVBHARAT
3 months ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
4 months ago
3:43
गढ़वा में कांग्रेस की बैठक में पंचायत परामर्श यात्रा की बनाई गई रूपरेखा, पूर्व मंत्री केएन त्रिपाठी भाषा विवाद पर कह दी ये बात
ETVBHARAT
5 hours ago
2:20
ગાંધીનગરના કલોલની સગીરા સાથે હોટલમાં યુવકે આચર્યું દુષ્કર્મ, બે દિવસની સારવાર બાદ મોત
ETVBHARAT
6 hours ago
0:40
मौसम विभाग के येलो अलर्ट की चेतावनी: थारनगरी बाड़मेर में इंद्र देव मेहरबान, सड़कें बनी दरिया
ETVBHARAT
6 hours ago
0:31
સુરેન્દ્રનગરના દુધરેજ નજીક 10 કરોડના ખર્ચે બનેલા વટેશ્વર વનમાં પાણીની પરબો બંધ હાલતમાં, પર્યટકો પરેશાન
ETVBHARAT
6 hours ago
1:46
नागपंचमी और सावन सोमवार एक ही दिन, 23 साल बाद बन रहा ऐसा योग
ETVBHARAT
6 hours ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
4 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
5 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
5 months ago
2:30
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ; ଟିମ୍ ଇଣ୍ଡିଆ ବିଜୟ ପାଇଁ ଜାଗର ବ୍ରତ ସହ ଦୀପ ଜାଳିଲେ ଫ୍ୟାନ୍ସ
ETVBHARAT
6 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
6 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
7 months ago
2:49
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
ETVBHARAT
7 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
7 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
8 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
8 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
8 months ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
9 months ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
10 months ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
10 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
10 months ago
Comments