Skip to playerSkip to main content
  • 5 minutes ago
ନିମାପଡ଼ା: ନବରାତ୍ରି ସହିତ ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି କାକଟପୁର ମା' ମଙ୍ଗଳା କଳାକଲି ବେଶରେ ଦର୍ଶନ ଦେଉଛନ୍ତି । ପାର୍ବଣ ଋତୁରେ ଚଳଚଞ୍ଚଳ ହୋଇଉଠିଛି କାକଟପୁରର ଅଧିଷ୍ଠାତ୍ରୀ ଦେବୀ, ପରମ ବୈଷ୍ଣବୀ ମା' ମଙ୍ଗଳାଙ୍କ ପୀଠ । ଏହା ମା'ଙ୍କ ଦୁର୍ଲଭ ବେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ବେଶକୁ ଦେଖିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।  ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି ।

ଦୁର୍ଗାପୂଜା ନୀତିକାନ୍ତି:
ପାର୍ବଣର ବିଶେଷ ନୀତିକାନ୍ତି ଅନୁଯାୟୀ, ମା'ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ରତ୍ନଗିରି ଅଭିମୁଖେ ନିଆଯାଇଥାଏ । ଯେଉଁଠାରେ ମହିଷାସୁରକୁ ଠାବ କରିବାର ଏକ ପାରମ୍ପରିକ ରୀତି ରହିଛି । ଏହା ପରେ ମନ୍ଦିର ମଧ୍ୟରେ ବିରାଜମାନ ଦୁର୍ଗା ପ୍ରତିମାଙ୍କୁ ରତ୍ନବେଦୀରୁ ବାହାରକୁ ଅଣାଯାଇ ଏକତ୍ର ଭାବେ ଏକ ଖଟୁଲିରେ ପୂଜା କରାଯାଏ । ଯାହାକୁ ସ୍ଥାନୀୟ ଅଞ୍ଚଳରେ ଜଗତି ପୂଜା ବୋଲି କହିଥାନ୍ତି । ଜଗତି ପୂଜା ସମାପ୍ତ ହେବା ପରେ ମା'ଙ୍କ ଚଳନ୍ତି ପ୍ରତିମାକୁ ପୁନର୍ବାର ରତ୍ନ ସିଂହାସନରେ ଅବସ୍ଥାପିତ କରାଯାଏ ଏବଂ ମା'ଙ୍କ ନବରାତ୍ରର ତୃତୀୟ ଦିନ ଏହି ଅପୂର୍ବ ବେଶ ଅନୁଷ୍ଠିତ ହୋଇଥାଏ ।
 ମା'ଙ୍କ ଅପୂର୍ବ ବେଶ:
ପୂଜାର ଏହି ମହାର୍ଘ୍ୟ ଦିନ ଗୁଡ଼ିକରେ ମା'ଙ୍କ ଦିନ ପ୍ରତିଦିନ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେଉଛି ପଞ୍ଚମୀ ତିଥିରେ ମା' ତିରକମାଣ ବେଶ, ଷଷ୍ଠୀରେ ମା' କାତ୍ୟାୟନୀ ବେଶ, ସପ୍ତମୀରେ ମା'ଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ, ଅଷ୍ଟମୀ ମହିଷାମର୍ଦ୍ଧିନୀ ବେଶ ଓ ନବମୀ ଅବସରରେ ମା'ଙ୍କ ମହା ନବମୀ ବେଶ ବା ଶାନ୍ତି ବେଶ ଅନୁଷ୍ଠିତ ହେବ ।
ମା'ଙ୍କ ଏହି ଦୁର୍ଲଭ ନବଦିନାତ୍ମକ ପୂଜା ଏବଂ ମନୋମୁଗ୍ଧକର ବେଶ ଦର୍ଶନ କରିବା ପାଇଁ କାକଟପୁର ପୀଠରେ ପ୍ରବଳ ଜନଗହଳି ପରିଲକ୍ଷିତ ହେଉଛି । ମା'ଙ୍କ କରୁଣା ଲାଭ ପାଇଁ ଆସୁଥିବା ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ଏବଂ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
 ମୂଳାଷ୍ଟମୀ ଠାରୁ ମା' ମଙ୍ଗଳାଙ୍କ ପୀଠରେ ସ୍ୱତନ୍ତ୍ର ପୂଜାନୀତି ଏବଂ ଷୋଡ଼ଶ ଉପଚାର ପୂଜା ବିଧି ଆରମ୍ଭ ହୋଇଛି । ପ୍ରଥମ ଦିନରେ ମା'ଙ୍କ ବିଗ୍ରହକୁ ୧୦୮ କୁମ୍ଭ ଜଳରେ ସ୍ନାନ କରାଇବା ପରେ ମନ୍ଦିରରେ ଏକ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇ ଷୋଡଶ ଉପଚାର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ନବମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୂଜା କାଳରେ ମା'ଙ୍କ ବିଭିନ୍ନ ଦିବ୍ୟ ବେଶ ଦର୍ଶନର ସୌଭାଗ୍ୟ ପାଉଛନ୍ତି ଭକ୍ତମାନେ ।ଏହା ମଧ୍ୟ ପଢନ୍ତୁ:ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମମହାଳୟାରେ ମା' ସମଲେଇଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ଇଟିଭି ଭାରତ, ନିମାପଡ଼ା

Category

🗞
News
Transcript
00:22Hello, my name is Nava Rattra, the first day of Nava Rattra, the first day of Nava Rattra is the
00:27first day of Nava Rattra.
00:33The first day of Nava Rattra, the first day of Nava Rattra, the first day of Nava Rattra, the first
00:40day of Nava Rattra, the first day of Nava Rattra, the first day of Nava Rattra, the first day of
00:45Nava Rattra, the first day of Nava Rattra, the first day of Nava Rattra, the first day of Nava Rattra,
00:50the first day of Nava Rattra, the first day of Nava Rattra, the first day of Nava Rattra, the first
00:54day of Nava Rattra, the first day of Nava Rattra, the first day of Nava Rattra, the first day of
00:56Nava Rattra, the first day of Nava Rattra, the first day of Nava Rattra, the first day of Nava Rattra,
00:58the first day of Nava Rattra, the first day of Nava Rattra, the first day
00:59We cannot do that.
01:01We can do that and we can do that.
01:07We will do that.
01:10We will do that.
01:15We can do that by 5th to 6th and 6th to 6th to 7th to 7th to 8th to 7th
01:22to 8th to 8th.
01:51Thank you very much.
01:52Thank you very much.
02:22Thank you very much.
02:59Thank you very much.

Recommended