Skip to playerSkip to main content
  • 5 months ago
କେନ୍ଦ୍ରାପଡ଼ା: ରାଜ୍ୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ । ପରୀକ୍ଷା ଫଳ ପ୍ରକାଶ ପାଇବା ସହିତ କେନ୍ଦ୍ରାପଡା ଜିଲ୍ଲାରେ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଜିଲ୍ଲାରେ ୧୧୬ଟି ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ରହିଥିବା ବେଳେ ଗୋଟିଏ ବିଦ୍ୟାଳୟରେ ଫଳାଫଳ ଶୂନ ରହିଛି ।କେନ୍ଦ୍ରପଡ଼ା ମହାକାଳପଡ଼ା ବ୍ଲକ ଅଧିନ ଖରିନାସୀ ହାଇସ୍କୁଲର ଛାତ୍ର ଦେବଦର୍ଶୀ ମଣ୍ଡଳ ମୋଟ ୬୦୦ରୁ ୫୭୧ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଏନେଇ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ସୂଚନା ଦେଇଛି । କୃତିଛାତ୍ର ଦେବଦର୍ଶୀ ମଣ୍ଡଳ କହିଛନ୍ତି, "ମୁଁ ଦୈନିକ ୭ରୁ ୮ଘଣ୍ଟା ପରିଶ୍ରମ କରି ପାଠ ପଢ଼ୁଥିଲି । ମୋର ଆଦର୍ଶ ହେଉଛନ୍ତି ମୋ ବଡଭାଇ, ତାଙ୍କୁ ଦେଖି ମୁଁ ପାଠପଢ଼େ । ମୋ ସଫଳତାର ଶ୍ରେୟ ପରିବାର ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନିଶ୍ଚୟ ଦେବି । ଆଗକୁ ମୁଁ ISROରେ ଜଣେ ବୈଜ୍ଞାନିକ ହେବାକୁ ଆଶା ରଖିଛି ।"କେନ୍ଦ୍ରାପଡା ଜିଲ୍ଲା ମାଟ୍ରିକ ପରୀକ୍ଷା ଫଳାଫଳ:ମାଟ୍ରିକ ପରୀକ୍ଷା ପଞ୍ଜିକରଣ: ୧୯୨୨୮ ଜଣପରୀକ୍ଷା ଦେଇଥିଲେ: ୧୮୯୬୮ ଜଣପରୀକ୍ଷାରେ ଉତ୍ତୀର୍ଣ୍ଣ ସଂଖ୍ୟା: ୧୮୨୦୩ ଜଣଫେଲ୍‌ ପରୀକ୍ଷାର୍ଥୀ: ୭୬୫ ଜଣକେନ୍ଦ୍ରାପଡା ଜିଲ୍ଲାରେ ପରୀକ୍ଷା ପାସ୍ ହାର ପ୍ରତିଶତ ୯୫.୯୭ ରହିଛି । A1 ଗ୍ରେଡ୍‌ରେ ୫୩ ଜଣA2 ଗ୍ରେଡ୍‌ରେ ୪୭୭ ଜଣB1 ଗ୍ରେଡ୍‌ରେ ୧୪୨୯ ଜଣB2 ଗ୍ରେଡ୍‌ରେ ୨୯୨୮ଜଣC ଗ୍ରେଡ୍‌ରେ ୪୩୭୪ ଜଣD ଗ୍ରେଡ୍‌ରେ ୫୨୨୦ଜଣE ଗ୍ରେଡ୍‌ରେ ୩୭୨୨ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।ସେହିପରି ଗତବର୍ଷ କେନ୍ଦ୍ରାପଡ଼ା ସହରର ଭାରତୀ ବିଦ୍ୟାମନ୍ଦିରର ଛାତ୍ର ଜିଲ୍ଲା ସ୍ତରରେ ଟପ୍ପର ହୋଇଥିଲେ । ଚଳିତ ବର୍ଷ ଏହି ବିଦ୍ୟାଳୟରୁ ମୋଟ ୧୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ A1 ଗ୍ରେଡରେ ୬ଜଣ କୃତକାର୍ଯ୍ୟ ହୋଇଛନ୍ତି, ଯାହା ବିଦ୍ୟାଳୟର ସର୍ବକାଳୀନ ରେକର୍ଡ । ଗତବର୍ଷ ୪ ଜଣ ଛାତ୍ରଛାତ୍ରୀ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତଥର ୬ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ ପାଇବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକ ଖୁସି ମନାଇଛନ୍ତି ।
 ଏହା ମଧ୍ୟ ଦେଖନ୍ତୁ:ରାଜ୍ୟରେ ଯୁଗ୍ମ ଟପ୍ପର ହେଲେ ବାରିପଦାର ପାର୍ଥସାରଥୀ: ରାଇରଙ୍ଗପୁର ଉପଖଣ୍ଡରେ ଟପ୍ପର ହେଲେ ପ୍ରାଚୀ ମିଶ୍ରଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲମାଟ୍ରିକ ପରୀକ୍ଷାରେ ଚମକିଲେ ବାଇକ୍ ମେକାନିକଙ୍କ ପୁଅ, 93.3% ନମ୍ବର ରଖି ବ୍ୟାସନଗର ପାଇଁ ଆଣିଲେ ଗୌରବମାଟ୍ରିକ ପରୀକ୍ଷା ରେଜଲ୍ଟ, ଦେଖନ୍ତୁ LIVEଇଟିଭି ଭାରତ, କେନ୍ଦ୍ରାପଡ଼ା

Category

🗞
News
Transcript
00:00I
00:27Thank you so much for joining us.
00:32Okay, alright.
00:34Good morning.
00:35My family is my brother.
00:36I am excited to take it to the rest of my family.
00:43Thank you so much for joining me today.
00:47Yeah, I am.
00:49All the best.
00:51All the best.
01:12My name is Karnasi High School Belongs, and I am very happy to have 4 or 7 years of experience.
01:22I am very proud to be here in the world.
01:26I am very proud to be here in the world, and I am very proud to be here in the
01:36world.
01:36I am very proud to be here in the world.
01:42Thank you very much for the inspiration.
01:46it's a
01:47I'm
01:47I'm
01:48I'm
01:49I'm
01:50I'm
01:50I'm
01:51I'm
01:52it's my favorite thing
01:53I can't wait for a while
01:56I can't wait for a day
01:56if I'm a person
01:58I can't wait for a day
02:01I'm so happy

Recommended