Skip to playerSkip to main content
  • 2 months ago
ଝାରସୁଗୁଡା: ଝାରସୁଗୁଡ଼ା ସ୍ଥିତ ଓଏସଏପି (OSAP) ଦ୍ୱିତୀୟ ବାଟାଲିଅନ ପରିସରରେ ରକ୍ଷାବନ୍ଧନ ପାଳନ ହୋଇଯାଇଛି । ପଞ୍ଚପଡ଼ା ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ଉପସ୍ଥିତ ହୋଇ ବାଟାଲିଅନର ଯବାନମାନଙ୍କ ହାତରେ ରାଖୀ ବାନ୍ଧି ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
 ଏହି ଅବସରରେ ଓଏସଏପି ଦ୍ୱିତୀୟ ବାଟାଲିଅନର କମାଣ୍ଡାଣ୍ଟ ପ୍ରସାଦ ଥାପା କହିଥିଲେ ଯେ, କର୍ତ୍ତବ୍ୟର ବ୍ୟସ୍ତତା କାରଣରୁ ଅନେକ ସମୟରେ ନିଜ ପରିବାର ଓ ଭଉଣୀମାନଙ୍କ ସହ ରକ୍ଷାବନ୍ଧନ ପାଳନ କରିବାର ସୁଯୋଗ ମିଳିନଥାଏ । କିନ୍ତୁ ଆଜି ପିଲାମାନେ ରାକ୍ଷୀ ବାନ୍ଧିବା ଦ୍ୱାରା ସେହି ସ୍ମୃତି ଗୁଡ଼ିକ ପୁନର୍ଜୀବିତ ହୋଇଥିଲା ଏବଂ ସମସ୍ତେ ନୂତନ ଭଉଣୀମାନଙ୍କ ସ୍ନେହ ଅନୁଭବ କରିପାରିଥିଲେ।’ସେ ପଞ୍ଚପଡ଼ା ଶିଶୁ ମନ୍ଦିରର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏହି ସୁନ୍ଦର ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଥିଲେ । ଏହା ସହିତ ସମସ୍ତ ପିଲାମାନଙ୍କୁ ଭଲ ପାଠ ପଢି ଭବିଷ୍ୟତରେ ଉତ୍ତମ ସ୍ଥାନ ଅଧିକାର କରିବାକୁ ପରାମର୍ଶ ଦେଇଥିଲେ । ଯାହାଦ୍ୱାରା ସେମାନେ ନିଜ ପରିବାର, ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିପାରିବେ ।
 ଏହା ମଧ୍ୟ ପଢନ୍ତୁ:ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ; 'ପଞ୍ଚଗବ୍ୟ ରାକ୍ଷୀ' ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ କୁନି କୁନି ବିଦ୍ୟାର୍ଥୀରକ୍ଷା ବନ୍ଧନରେ ଭାବବିହ୍ୱଳ ହେଲେ ଯବାନ; 'ରାକ୍ଷୀ କେବଳ ଏକ ସୂତା ନୁହେଁ, ଦେଶବାସୀଙ୍କ ଭଲପାଇବାର ପ୍ରତୀକ'ନିଆରା ରକ୍ଷାବନ୍ଧନ ଉତ୍ସବ: ସେନା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ବିଦ୍ୟାର୍ଥୀ

Category

🗞
News
Transcript
00:29For more information and information, please visit www.fema.org
00:41This is the duty of the Department of Chakri Gurdjie.
00:43We have the duty of the Sisu Mandir Rajwa.
01:14Thank you very much.
01:31Thank you very much.
01:54Thank you very much.

Recommended