Skip to playerSkip to main content
  • 6 minutes ago
ଗୌହାଟି: ଆସାମର ଦିବ୍ରୁଗଡ଼ ଜିଲ୍ଲାର ତେଙ୍ଗାଖତରେ ଥିବା ଅଏଲ୍ ଇଣ୍ଡିଆ ଲିମିଟେଡ୍ (OIL)ର ଏକ ଇଣ୍ଟରମିଡିଏଟ୍ ଟ୍ୟାଙ୍କ୍ ଫାର୍ମ (ITF)ରେ ଭୟଙ୍କର ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣ ଘଟିବାରୁ ପାଖାପାଖି 5 ଜଣ ଶ୍ରମିକ ଆହତ ହୋଇଛନ୍ତି । ସେହିପରି ଜଣେ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । କାରଖାନାର ଅଶୋଧିତ ତୈଳ ସଂରକ୍ଷଣ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ, କାରଖାନାର ଏକ ଭଲଭ୍ କାର୍ଯ୍ୟ କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା ।  ଆହତମାନେ ହେଉଛନ୍ତି ତାପସ ଗୋଗୋଇ, ଶୈଲେନ ଗୋଗୋଇ, କୁମୁଦ ଗୋଗୋଇ, ଗୋଲାପ ଦତ୍ତ ଏବଂ ଇନ୍ଦ୍ର ଗୋଗୋଇ । ଆହତ ପାଞ୍ଚ ଜଣ ଶ୍ରମିକଙ୍କୁ AMCHରେ ଭର୍ତ୍ତି କରାଯାଇଥିବା ବେଳେ, ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଅଏଲ୍ ଇଣ୍ଡିଆ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି । ବିସ୍ଫୋରଣର ଯୋଗୁଁ ଅନ୍ୟ ଜଣେ ଶ୍ରମିକ ନିଖୋଜ ଅଛନ୍ତି । ବିସ୍ଫୋରଣରେ ଆହୁରି ଅନେକ ଆହତ ହେବାର ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆହତ ଶ୍ରମିକମାନେ ମୁମ୍ବାଇର ସ୍ପେକ୍ଟ୍ରନ୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି ।ସ୍ପେକ୍ଟ୍ରନ୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡର କ୍ଷେତ୍ର ପରିଚାଳକ କମଲ ଫୁକାନ କହିଛନ୍ତି, "ଏହି ଘଟଣାରେ ପ୍ରାୟ 5 ଜଣ ଶ୍ରମିକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡିବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏଏମସିଏଚ)କୁ ସ୍ଥାନାନ୍ତରିତ କରାଯାଇଛି ।"ଏହା ମଧ୍ୟ ପଢ଼ନ୍ତୁ...ପେଟ୍ରୋଲ ପମ୍ପରେ ବିସ୍ଫୋରଣ: କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ, ମାଲିକ ସମେତ 3 ଅଟକWatch: ପମ୍ପରେ CNG କାର ବିସ୍ଫୋରଣ, ସାମ୍ନାକୁ ଆସିଲା CCTV ଭିଡିଓ

Category

🗞
News
Transcript
00:00Thank you for listening.

Recommended