Skip to playerSkip to main content
  • 3 days ago
ବ୍ରହ୍ମପୁର (ଗଞ୍ଜାମ): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବ୍ଳକର ପାତ୍ରପୁର ଠାରୁ ବୁରାତାଲକୁ ସ୍‌ଯୋଗ କରୁଥିବା ରାସ୍ତା ଉପରେ ବହୁ ଗଛ ଭାଙ୍ଗି ପଡ଼ିଛି । ଫଳରେ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି ।ସେପଟେ ଏଭଳି ଗଛ ପଡ଼ିଥିବାରୁ ଓଡ଼୍ରାଫ୍ (ODRAF) ଟିମ୍ ପକ୍ଷରୁ ଗଛ କାଟିବା କାର୍ଯ୍ୟ ଜାରି ରହିଛି । ପାତ୍ରପୁର ବ୍ଳକର ସାମନ୍ତରାୟ ପଞ୍ଚାୟତ ମୁଖ୍ୟ ରାସ୍ତାରେ ଗଛ ପଡିରହିଥିବା ଯୋଗୁଁ ଯାତାୟାତ ସମସ୍ୟା ଉପୁଜିଥିବା ବେଳେ ଓଡ଼୍ରାଫ୍ ଟିମ୍ ପହଞ୍ଚି ଗଛ ଗୁଡିକୁ କାଟିବା କାର୍ଯ୍ୟ ଜାରି ରଖିଛନ୍ତି ।ସପଟେ ଚିକିଟି ଠାରୁ ପିତାତଳି ରାସ୍ତାରେ ଅନେକ ଗଛ ପବନରେ ଭାଙ୍ଗି ମୁଖ୍ୟ ରାସ୍ତାରେ ପଡ଼ିଥିଲା । ଅଗ୍ନିଶମ ବିଭାଗର ଟିମ୍ ଗଛ ଗୁଡ଼ିକୁ କାଟି ସଫେଇ କରିଛନ୍ତି । ପ୍ରାୟ ୨୦ରୁ ଉର୍ଦ୍ଧ୍ବ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ିଥିଲା  । ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ଗାଡ଼ି ଯେପରି ଯାଇପାରିବ ସେନେଇ ରାସ୍ତାରେ ପଡ଼ିଥିବା ଗଛ କାଟି ସଫେଇ କାର୍ଯ୍ୟ କରାଯାଇଥିଲା । ଏହା ମଧ୍ୟ ପଢ଼ନ୍ତୁ...ଗଞ୍ଜାମରେ ବାତ୍ୟା ଅର୍ଣ୍ଣବ ସମୟରେ ଜନ୍ମ ହେଲା ଶିଶୁପୁତ୍ର, ନାମକରଣ କରାଗଲା 'ଅର୍ଣ୍ଣବ'ପୁରୀରେ ବାତ୍ୟା ଅର୍ଣ୍ଣବ ପ୍ରଭାବ; ପୁରୀ ପୋଲିସ ପକ୍ଷରୁ ସମୁଦ୍ରକୂଳରେ ନିରନ୍ତର ପାଟ୍ରୋଲିଂଇଟିଭି ଭାରତ, ବ୍ରହ୍ମପୁର

Category

🗞
News
Transcript
00:29Welcome to the National Anthem of the National Anthem.
00:58Thank you very much.
01:29Thank you very much.
01:57Thank you very much.
02:29Thank you very much.

Recommended