ଜଗତସିଂହପୁର: AICC ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ବର୍ଶମାଙ୍କ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ କଂଗ୍ରେସ ପକ୍ଷରୁ ଜଗତସିଂହପୁର ସ୍ଥିତ ଟାଉନ ହଲ୍ ଠାରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱାଶର୍ମାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।କଂଗ୍ରେସର ଜିଲ୍ଲା ସଭାପତି ଦେବ ପ୍ରସାଦ ନାୟକ କହିଛନ୍ତି ଯେ, ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱାଶର୍ମା, AICCର ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେଙ୍କ ପ୍ରତି ଯେଉଁଭଳି ଭାବେ ଅରୁଚିକର ମନ୍ତ୍ୟବ ଦେଇଛନ୍ତି ତାହା ଗ୍ରହଣ ଯୋଗ୍ୟ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀଙ୍କ ଏକାଧିକ ପାସପୋର୍ଟ ସହିତ ବିଦେଶରେ ସମ୍ପତ୍ତି ଥିବା ଜଣାପଡିଛି । ଏନେଇ ମଲିକାର୍ଜୁନ ଖଡ଼ଗେ ପ୍ରକାଶ କରିବା ପରେ ହେମନ୍ତ ଯେଉଁଭଳି ଭାବେ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ । ଏହି ଘଟଣାକୁ ନେଇ କଂଗ୍ରେସ କର୍ମୀମାନେ ଜଗତସିଂହପୁର ସହରରେ ଏକାଠି ହେବା ସହିତ ସହର ପରିକ୍ରମା କରି ସ୍ଥାନୀୟ ଟାଉନ ହଲ ଠାରେ କୁଶପୁତ୍ତଳିକା ଦାହ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...କଣ୍ଟାମାଳରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ, ପୋଲିସ ଆକ୍ରମଣକୁ ନିନ୍ଦାଏପ୍ରିଲ 15ରେ ମହିଳା ବିଲ୍ ଉପରେ ରଣନୀତି ସ୍ଥିର କରିବ I.N.D.I.A. ବ୍ଲକ୍ଇଟିଭି ଭାରତ, ଜଗତସିଂହପୁର
Transcript
00:00Hey
00:01Hey
00:02Hey
00:03Hey
00:40foreign
Comments