Skip to playerSkip to main content
  • 2 days ago
କଟକ: ଆଜି ପବିତ୍ର ମହାଷ୍ଟମୀ । ରୀତିନୀତି ଅନୁଯାୟୀ ସମସ୍ତ ପୂଜା ମଣ୍ଡପରେ ଅଷ୍ଟମୀ ବିହିତ ପୂଜା କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ମାଙ୍କ ପୂଜା କରିଛନ୍ତି ପୂଜକ । ଆଜି ଅଳ୍ପ ସମୟ ପାଇଁ ଅଷ୍ଟମୀ ପୂଜା ଥିବାରୁ ସକାଳୁ ସକାଳୁ ବ୍ରତଧାରୀଙ୍କ ଭିଡ଼ ବି ଜମିଥିଲା । ତେଵେ ଏହି ପୂଜାର କଣ ସ୍ୱତନ୍ତ୍ରତା ? ସନ୍ଧି ପୂଜା କଣ ? କାହିଁକି ମାଙ୍କ ପାଖରେ କୁସ୍ମାଣ୍ଡ ବଳି ଦିଆଯାଏ ? ଏନେଇ କଟକ ଅଲିଶା ବଜାର ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ... ଆଜି ପବିତ୍ର ମହାଷ୍ଟମୀ । ଜଗତ ଜନନୀ ମା’ଙ୍କ ପାଖରେ କୁସ୍ମାଣ୍ଡ(ପାଣିକଖାରୁ) ବଳିର ଵିଧି ରହିଛି । ବିଶେଷକରି ସନ୍ଧି ପୂଜା ସମୟରେ ଏହି ବଳି ଦିଆ ଯାଇଥାଏ । ଏହି ପରମ୍ପରା ଯଦିଓ ଏବେକାର ନୁହେଁ ବରଂ ବର୍ଷ ବର୍ଷ ହେବ ଅଷ୍ଟମୀ ପୂଜା ଦିନ କେବଳ ମୃଣ୍ମୟୀ ମୂତ୍ତିଙ୍କ ନିକଟରେ ବଳି ଦିଆଯାଏ ।  ଏହି ପୂଜା କରିବା ସମୟରେ କୌଣସି ସାଧାରଣ ଭକ୍ତ ବା ଶ୍ରଦ୍ଧାଳୁ ଦେଖନ୍ତି ନାହିଁ । ଏହାକୁ ଗୁପ୍ତ ପୂଜା କୁହାଯାଏ । ସନ୍ଧି ପୂଜା ସମୟରେ ମଣ୍ଡପ ଆଗରେ ପରଦା ଟଣାଯାଏ । ସନ୍ଧି ପୂଜା:ପରଦା ଭିତରେ କେବଳ ପୂଜକ ମାନେ ହିଁ ରହି ଏହି ପୂଜା କରିଥାନ୍ତି । ଅଷ୍ଟମୀ ଶେଷ ହେଉଥିବା ଏବଂ ନବମୀ ଆରମ୍ଭ ହେଉଥିବ ଠିକ ଏହି ସମୟରେ ସନ୍ଧି ପୂଜା ଅନୁଷ୍ଠିତ ହେବାର ଵିଧି ରହିଛି । କୁହାଯାଏ ଅଷ୍ଟମୀର ଏହି ପୂଜା ମା’ଙ୍କୁ ଶାନ୍ତ କରିବା ପାଇଁ କରାଯାଏ । ଅଷ୍ଟମୀରେ ମା’ ଜଗତଜନନୀ ଅଶାନ୍ତ ଥାନ୍ତି । ତେଣୁ ମା’ଙ୍କୁ ଶାନ୍ତ କରିବା ପାଇଁ ଏହି ପୂଜା କରାଯାଏ । ପୂର୍ବରୁ ଯଦିଓ ପଶୁ ବଳିରେ ପ୍ରଥା ଥିଲା, ମାତ୍ର ଏବେ ତାହାକୁ ପରିବର୍ତ୍ତନ କରାଯାଇଛି । କେବଳ କୁସ୍ମାଣ୍ଡ (ପାଣି କଖାରୁ)କୁ ବଳି ଦେବାର ପରମ୍ପରା ରହିଛି । ସେହିପରି ଆଜି ଚଣ୍ଡୀ ପାଠର ଵିଧି ମଧ୍ୟ ରହିଛି ।ଏହା ବି ଦେଖନ୍ତୁ- କଟକରେ ମା’ ଦୁର୍ଗା ପିନ୍ଧନ୍ତି 500 କୋଟି ମୂଲ୍ୟର ସୁନା-ଚାନ୍ଦି, ପ୍ରହରୀ ନୁହେଁ ବିଶ୍ବାସରେ କରାଯାଏ ଅଳଙ୍କାର ସୁରକ୍ଷାଇଟିଭି ଭାରତ, କଟକ

Category

🗞
News
Transcript
00:00Thank you very much.
00:58Thank you very much.
01:12Thank you very much.
01:54Thank you very much.

Recommended