ବାଲେଶ୍ବର: ଓଡ଼ିଶା ବନ୍ଦ ପାଳନ ଯୋଗୁଁ ହଟହଟ୍ଟା ହେଲେ ରୋଗୀ । ରାସ୍ତାଜାମ କାରଣରୁ ଅଧା ବାଟରୁ ଫେରିଗଲା ଆମ୍ବୁଲାନ୍ସ । ବାଲେଶ୍ବର ସୋରରେ ଦେଖିବାକୁ ମିଳିଛି ଏପରି ଘଟଣା । ଆଜି ସକାଳେ ଜାତୀୟ ରାଜପଥର ଉତ୍ତରେଶ୍ୱର ନିକଟରେ ଗାଡ଼ିମୋଟର ଚଳାଚଳ ବନ୍ଦ କରାଯିବାରୁ ଶହ ଶହ ଗାଡ଼ି ଅଟକି ରାସ୍ତାରେ ଲମ୍ବା ଜାମ୍ ଲାଗିଥିଲା । ଏହି ସମୟରେ ପଶ୍ଚିମବଙ୍ଗରୁ ଜଣେ ଗୁରୁତର ରୋଗୀଙ୍କୁ ନେଇ ଏକ ଆମ୍ବୁଲାନ୍ସ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ହେଲେ ସୋର ଠାରୁ କିଛି ଦୂରରେ ରାସ୍ତାଜାମରେ ଆମ୍ବୁଲାନ୍ସଟି ଫସିଯାଇଥିଲା । ଦୀର୍ଘ ସମୟ ଧରି ଅଟକି ରହିବା ପରେ ମଧ୍ୟ ଆଗକୁ ଯିବାର କୌଣସି ସୁଯୋଗ ନମିଳିବାରୁ ଶେଷରେ ନିରାଶ ହୋଇ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସଟି ପୁଣି ପଶ୍ଚିମବଙ୍ଗ ଅଭିମୁଖେ ଫେରିଯାଇଛି । ଗୋଟେ ପଟେ ଜରୁରୀ କାଳୀନ ସେବା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ନାରା ଦିଆଯାଉଥିବା ବେଳେ ଏମିତି ଆମ୍ବୁଲାନ୍ସ ଫେରିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ଏହାମଧ୍ୟ ପଢନ୍ତୁ:ଆଜି 12 ଘଣ୍ଟିଆ ଓଡିଶା ବନ୍ଦ; କ'ଣ ଖୋଲା ଓ ବନ୍ଦ ରହିବ ? କ’ଣ ପ୍ରଭାବିତ ହେବ ?
Transcript
00:00I
00:03I
00:04I
00:04I
00:04I
00:04I
00:15I