Skip to playerSkip to main content
  • 29 minutes ago
ଭୁବନେଶ୍ୱର: ବାଣୀବିହାର ଓଭରବ୍ରିଜ୍‌ ଉପରୁ ପ୍ରାୟ ୫ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର କରାଯାଇଛି । ବ୍ରିଜ୍‌ର ବ୍ୟାରିକେଡ୍‌ ନିକଟରେ ସାପଟିକୁ ଦେଖି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସାପକୁ ଦେଖିବା ଓ ମୋବାଇଲ୍‌ରେ ଫଟୋ ଭିଡିଓ କରିବାକୁ ବାଇକ୍‌ ଆରୋହୀ ଅଟକି ଯାଇଥିଲେ । ଯାହା କିଛି ସମୟ ପାଇଁ ଟ୍ରାଫିକ୍‌ ମଧ୍ୟ ଦେଖିବାକୁ ମିଳିଥିଲା । ଖବର ପାଇ ସ୍ନେକ୍‌ ହେଲ୍ପଲାଇନ୍‌ର ସଦସ୍ୟ ଆଶିଷ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହା ପରେ ଏହାକୁ ଭରତପୁର ଅଭୟାରଣ୍ୟରେ ଛାଡ଼ିବା ପାଇଁ ଭୁବନେଶ୍ୱର ୱାଇଲ୍ଡଲାଇଫ୍‌ ରେଞ୍ଜ୍‌ ଅଫିସ୍‌ର କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି ।
 
ସ୍ନେକ୍‌ ହେଲ୍ପଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ସାପଟି କୌଣସି ଟ୍ରକ୍‌ କିମ୍ବା ବସ ତଳେ ଚଢ଼ି ଆସିଛି । ଯାହା ଫଳରେ ସାପଟି ରାସ୍ତା ଉପରେ ଖସି ପଡ଼ିଥାଇପାରେ । ଅନ୍ୟପକ୍ଷରେ, କୌଣସି ସାପ ଧରାଳିଙ୍କ ବ୍ୟାଗ୍‌ କିମ୍ବା ଡବାରୁ ମଧ୍ୟ ଏହା ଖସି ପଡ଼ିଥିବା ସମ୍ଭାବନା ରହିଛି । 

ଜଣେ ଗାଡି ଆରୋହୀ କହିଛନ୍ତି, "ଅଫିସରୁ ଫେରିବା ବେଳେ ସାପଟିକୁ ଦେଖିଥିଲି । ସାପଟି କାହାର ଯେଭଳି କ୍ଷତି କରିବ ନାହିଁ ଓ ସାପଟି ମଧ୍ୟ କୌଣସି କ୍ଷତି ନଘଟେ ସେନେଇ ତୁରନ୍ତ ସ୍ନେକ ହେଲ୍ପଲାଇନକୁ କଲ କରିଥିଲି ।"

ଏପଟେ ବନ କର୍ମଚାରୀ କହିଛନ୍ତି ଯେ, ଅଜଗର ସାପଟି ଉଦ୍ଧାର କରାଯାଇଛି । ଏହାକୁ ସୁରକ୍ଷିତ ଭାବରେ ଜଙ୍ଗଲରେ ଛଡାଯାଇଛି । ତେବେ ପ୍ରଶ୍ନ ଉଠୁଛି, ୩୦ ଫୁଟ୍‌ରୁ ଅଧିକ ଉଚ୍ଚ ଓଭରବ୍ରିଜ୍‌ ଉପରକୁ ଅଜଗରଟି ଆସିଲା କେମିତି? ଏହାକୁ ନେଇ ଏବେ ବିଭିନ୍ନ ଆଲୋଚନା ହେଉଛି ।ଏହା ମଧ୍ୟ ପଢ଼ନ୍ତୁ...କାମୁଡ଼ିଲା ବିଷାକ୍ତ ଚିତି ! ସାପକୁ ପଲିଥିନରେ ଧରି, ସାଇକେଲ ଚଳାଇ ମେଡିକାଲ ଆସିଲେ ଜଗୁଆଳି ମୋଚିରାମ ଟୁଡୁଚିକିଟି ଗଡ ରତନେଇ ମନ୍ଦିରରୁ ୧୨ ଫୁଟର ଅହିରାଜ ସାପ ଉଦ୍ଧାରଇଟିଭି ଭାରତ, ସମ୍ବଲପୁର 

Category

🗞
News
Transcript
00:11This video is brought to you by S.T.A.L.A.

Recommended