Skip to playerSkip to main content
  • 8 hours ago
ପୁରୀ: ୩୨ ପ୍ରକାର ଫଳ ଓ ପନିପରିବା ଦ୍ୱାରା ନିର୍ମିତ ମା' ଦୁର୍ଗାଙ୍କ ବାଲୁକା କଳା ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ । ପବିତ୍ର ଦୁର୍ଗାପୂଜା ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମା' ଦୁର୍ଗାଙ୍କର ଏକ ଅନନ୍ୟ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଏହି ନିଆରା କଳାକୃତିରେ ବାଲି ସହିତ ୨୨ ପ୍ରକାରର ପନିପରିବା ଏବଂ ୧୦ ପ୍ରକାରର ଫଳର ବ୍ୟବହାର କରାଯାଇଛି । ଯେଉଁଥିରେ ଶୁଭ ଦୁର୍ଗାପୂଜାର ବାର୍ତ୍ତା ରହିଛି । ଏହି ୧୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ପ୍ରତିମାଟିକୁ ନିର୍ମାଣ କରିବା ପାଇଁ ପ୍ରାୟ ୮ ଟନ୍ ବାଲି ବ୍ୟବହାର କରାଯାଇଥିଲା ଏବଂ ଏଥିପାଇଁ ୫ ଘଣ୍ଟାର ସମୟ ଲାଗିଥିଲା। ଏଥିରେ ସମୁଦାୟ ୩୨ ପ୍ରକାରର ଫଳ ଓ ପରିବା ବ୍ୟବହୃତ ହୋଇଛି, ଯେଉଁଥିରେ କମଳା, ସେଓ, ଅଙ୍ଗୁର, କଦଳୀ, କାକୁଡ଼ି, ଲେମ୍ବୁ, ଭେଣ୍ଡି, କଳରା, ଝୁଡ଼ଙ୍ଗ ଏବଂ ଗାଜର ଆଦି ବ୍ୟବହାର କରଯାଇଛି । ଏହି ଅନନ୍ୟ କଳାକୃତି ନିର୍ମାଣରେ ସୁଦର୍ଶନ ପଟ୍ଟନାୟକଙ୍କ ସହ ତାଙ୍କ ବାଲୁକା କଳା ଅନୁଷ୍ଠାନ (Sand Art Institute) ର ଛାତ୍ରଛାତ୍ରୀମାନେ ମଧ୍ୟ ସହଯୋଗ କରିଥିଲେ ।   ଏହି ଅବସରରେ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,"ପ୍ରତିବର୍ଷ ଆମେ ଆମର ବାଲୁକା କଳା ମାଧ୍ୟମରେ କିଛି ନୂଆ କରିବାକୁ ଚେଷ୍ଟା କରିଥାଉ । ଏହି କଳା ମାଧ୍ୟମରେ ମୁଁ ମା' ଦୁର୍ଗାଙ୍କ ନିକଟରେ ସମସ୍ତଙ୍କ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି ।"ଏହା ମଧ୍ୟ ପଢନ୍ତୁ...80 ବର୍ଷରେ ପାଦ ଦେଲେ ନବୀନ ପଟ୍ଟନାୟକ, ବାଲୁକା ଆନିମେସନ୍‌ରେ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ଏହା ମଧ୍ୟ ପଢନ୍ତୁ...ବାଲି ବୁହାରୁ ବାଲୁକା ଶିଳ୍ପୀ, ରାଷ୍ଟ୍ରପତି ଭବନରେ ସମ୍ମାନିତ, ମୟୂରଭଞ୍ଜ ଦଶରଥ ମହାନ୍ତଙ୍କ ସଂଘର୍ଷରୁ ସଫଳତାର କାହାଣୀଇଟିଭି ଭାରତ, ପୁରୀ 

Category

🗞
News
Transcript
00:01foreign
00:16foreign
00:18foreign
00:18foreign
00:27We have installed vegetables and fruits and vegetables and fruits and vegetables and fruits.
00:37We have created this sculpture and created this sculpture.
00:58Thank you very much.

Recommended