Skip to playerSkip to main content
  • 8 minutes ago
DHENKANAL PALLISHREE MELA ଢେଙ୍କାନାଳ: ପ୍ରସିଦ୍ଧ ଲକ୍ଷ୍ମୀପୂଜା ପୂଜାରେ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ି ଚାଲିଛି । ମହିଷାପାଟ ଠାରେ ଓରମାସ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, ପୂଜା ବଜାରର ଦର୍ଶକମାନଙ୍କୁ ଆକର୍ଷିତ କରୁଛି । ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀମାନେ ଏହି ମେଳାରେ ଖୋଲିଛନ୍ତି ବିଭିନ୍ନ ଘରକରଣା ସାମଗ୍ରୀର ଆସର । ଯାହା ଢେଙ୍କାନାଳବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଏହି ଅବସରରେ ଢେଙ୍କାନାଳ ଉପଜିଲ୍ଲାପାଳ ପଦ୍ମ ଚରଣ ସାହୁ କହିଛନ୍ତି,"ଓରମାସ ପକ୍ଷରୁ ଗତ ୨୬ ତାରିଖରୁ ଏହି ମେଳା ଆରମ୍ଭ ହୋଇଛି । ୯ ଦିନ ବ୍ୟାପି ଏହି ମେଳା ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ୩୦୮ ଟି ଷ୍ଟଲ୍ ଲାଗିଛି । ୩୦ଟି ଜିଲ୍ଲାର ଏସଏଚଜି ଓ ବିଭିନ୍ନ ବ୍ୟବସାୟୀ ଏବଂ ୧୫ଟି ରାଜ୍ୟର ବିଭିନ୍ନ ସାମଗ୍ରୀକୁ ନେଇ ବ୍ୟବସାୟୀମାନେ ବ୍ୟବସାୟ କରୁଛନ୍ତି । ଏହା ଆସନ୍ତାକାଲି ଶେଷ ହେବ ।"ଢେଙ୍କାନାଳ ବାସିନ୍ଦା ସରୋଜ ନଳିନୀ ସେନାପତି କହିଛନ୍ତି,"ପଲ୍ଲିଶ୍ରୀ ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବିଭିନ୍ନ ହାତ ତିଆରି ସାମଗ୍ରୀର ପସରା ଲାଗିଛି । ଏହା ବ୍ୟତୀତ ରାଜସ୍ଥାନୀ ବେଡସିଟ୍, ଉତ୍ତରପ୍ରଦେଶ କାରପେର୍ଟ, ମହୀଶୂର କାଠ ତିଆରି ହସ୍ତଶିଳ୍ପ, ଆସାମର ସିଲ୍କ ଶାଢ଼ୀ, ଜମ୍ମୁ କାଶ୍ମୀର ଡ୍ରେସ ଠାରୁ ଆରମ୍ଭ କରି ସମ୍ବଲପୁର ଶାଢ଼ୀ ଆଦି ସାମଗ୍ରୀ ଦର୍ଶକମାନଙ୍କୁ ଟାଣି ଆଣୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ହାତ ତିଆରି ସାମଗ୍ରୀ, ଝୁଣା, ମହୁ ଠାରୁ ଆରମ୍ଭ କରି ବ୍ରହ୍ମପୁର ଆଚାର ପର୍ଯ୍ୟନ୍ତ ମେଳାର ଚାହିଦାକୁ ବଢାଇ ଦେଇଛି ।"


ସେପଟେ ବ୍ୟବସାୟୀ ତପନ କୁମାର ମେହେର କହିଛନ୍ତି,"ଚଳିତ ବର୍ଷ ପ୍ରଥମେ ବର୍ଷା ଯୋଗୁଁ ବ୍ୟବସାୟ ଭଲରେ ହୋଇନଥିଲା । କିନ୍ତୁ ଏବେ ଲୋକଙ୍କ ବହୁତ ଭିଡ଼ ଜମୁଛି । ଲକ୍ଷ୍ମୀପୂଜା ଅବସରେ ହେଉଥିବାରୁ ଏହି ମେଳାରେ ଖୁବ ଭଲ ବ୍ୟବସାୟ ହେବ ବୋଲି ଆଶା କରୁଛୁ । "
 ଏହା ମଧ୍ୟ ପଢନ୍ତୁ...ବୁଡିଲା ପଞ୍ଚଲିଙ୍ଗେଶ୍ୱର ପୀଠ, ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣାଏହା ମଧ୍ୟ ପଢନ୍ତୁ...Watch: କେଦାରନାଥ ଧାମରେ ପୁଣି ତୁଷାରପାତ, ଭକ୍ତଙ୍କ ଜମୁଛି ଭିଡ଼
 
ଇଟିଭି ଭାରତ, ଢେଙ୍କାନାଳ 

Category

🗞
News
Transcript
00:00foreign
00:14foreign
00:45Thank you very much.
01:12Thank you very much.
Comments

Recommended