Skip to playerSkip to main content
  • 7 hours ago
ଖୋରଧା : ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନରେ ସମସ୍ତେ ସାମିଲ ହୋଇ ରାଜ୍ୟର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା ଉପଲକ୍ଷେ ଖୋରଧାରେ ଆୟୋଜିତ ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲା ପ୍ରଭାରୀ ପବିତ୍ର କୁମାର ଦାସ, ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ପ୍ରକାଶ ବିଜୁଳି, ନିକୁଞ୍ଜ କିଶୋର ପଟ୍ଟନାୟକ, ରଶ୍ମିମୟୀ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମୋଦିଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା ଓ ଦେଶ ବିକାଶରେ ତାଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଡବଲ ଇଞ୍ଜିନ ସରକାର ଅଧୀନରେ ଓଡ଼ିଶାର ବିକାଶ ଦ୍ରୁତଗତିରେ ଆଗେଇ ଚାଲିଥିବା ସେ କହିଥିଲେ । ଏଥିସହ ରାଜ୍ୟ ଓ ଦେଶର ସେବା ପାଇଁ ଉପସ୍ଥିତ ଲୋକଙ୍କୁ ସଂକଳ୍ପ ପାଠ କରାଇଥିଲେ । ପରେ ମୁଖ୍ୟମନ୍ତ୍ରୀ ସେବା ଜ୍ୟୋତି ପ୍ରଜ୍ୱଳନ କରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଖୋରଧାରେ ସେବା ଜ୍ୟୋତି ଯାତ୍ରାକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ପ୍ରଶାନ୍ତ ଜଗଦେବ ଓ ଅନ୍ୟ ବରିଷ୍ଠ ନେତାମାନେ ପଦଯାତ୍ରାରେ ସାମିଲ ହୋଇଥିଲେ । ପରେ ନୂଆ ବସଷ୍ଟାଣ୍ଡ ନିକଟରେ ସେବା ସଂକଳ୍ପ ଜ୍ୟୋତି ଛକର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।
 
ଏହା ମଧ୍ୟ ପଢ଼ନ୍ତୁ- କାଲି ଓଡିଶା ବନ୍ଦ, ପ୍ରତିବାଦରେ ସାମିଲ ହେବାକୁ BJDକୁ ଇଣ୍ଡି ମେଣ୍ଟର ଖୋଲା ନିମନ୍ତ୍ରଣଏହା ମଧ୍ୟ ପଢ଼ନ୍ତୁ- ଇଣ୍ଡି ମେଣ୍ଟ ପ୍ରତିବାଦରେ ସାମିଲ ହେଲା ବିଜେଡି: କଂଗ୍ରେସର ‘ଧନ୍ୟବାଦ’ ରାଜନୀତିଇଟିଭି ଭାରତ, ଖୋରଧା

Category

🗞
News
Transcript
00:00Oh
00:00Oh
00:11Yeah
00:13Okay
00:30I have never thought that it will come to the end of the day.
01:08Thank you very much.
01:35Thank you so much for joining us.
02:00It's time to yell at us.
02:06It's time to yell at us.
02:16We will be ready.
02:23Now, let's listen.
02:24Let's go.
02:38Thank you so much for joining us.
02:55Thank you very much.
03:31Thank you very much.

Recommended