Skip to playerSkip to main content
  • 4 hours ago
ଯାଜପୁର: ଶାରଦୀୟ ଦୁର୍ଗା ପୂଜା ଅବସରରେ ବ୍ୟାସନଗର ପୂଜା ମହୋତ୍ସବ କମିଟି ପକ୍ଷରୁ ବ୍ୟାସନଗର ଟାଉନ ପରିସରରେ ଦାଣ୍ଡିଆ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଶତାଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ । ଶାରଦୀୟ ଦୁର୍ଗା ପୂଜା ପାଇଁ ଏବେ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇଉଠିଛି । ଏହି ଦୁର୍ଗା ପୂଜାକୁ ଆହୁରି ସରସ ସୁନ୍ଦର କରିବା ପାଇଁ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଆୟୋଜିତ ହେଇଯାଇଛି ଶାରଦୀୟ ପ୍ରତିଭା ସମ୍ମାନ ଓ ଦାଣ୍ଡିଆ ଉତ୍ସବ । ସୋମବାର ବ୍ୟାସନଗର ପୂଜା ମହୋତ୍ସବ କମିଟି ପକ୍ଷରୁ ବ୍ୟାସନଗର ଟାଉନ ହଲ ପରିସରରେ ଆୟୋଜିତ ଦାଣ୍ଡିଆ ଉତ୍ସବ ଦ୍ୱିତୀୟ ଦିନରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ପୌର ପରିଷଦର ବିଭିନ୍ନ ୱାର୍ଡ ଓ କୋରେଇ ବ୍ଲକ ଅଞ୍ଚଳର ଶତାଧିକ ଯୁବକ ଯୁବତୀ ଯୋଗଦେଇ ବିଭିନ୍ନ ଗୀତରେ ତାଳେ ତାଳେ ନାଚିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ, ମାରୁୱାଡି, ଗୁଜୁରାଟୀ,ବାଙ୍ଗୀୟ ଓ ବିହାରୀ ସମ୍ପ୍ରଦାୟର ଯୁବକ, ଯୁବତୀ ଓ ମହିଳାମାନେ ବିଶେଷ ଭାବରେ ଦାଣ୍ଡିଆ ଉତ୍ସବରେ ଯୋଗ ଦେଇଥିଲେ । ଏହି ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବିଧାୟକ ଆକାଶ ଦାସନାୟକ ଧନ୍ୟବାଦ ଦେଇଥିଲେ ।ଏହା ମଧ୍ୟ ପଢନ୍ତୁ:ମହାମାୟାଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ଭକ୍ତଙ୍କ ଭିଡ଼ସ୍ୟାଣ୍ଡ ଆନିମେସନ୍‌ରେ ମା' ବିରଜାଙ୍କ ପ୍ରତିମୂର୍ତ୍ତି ଓ ରଥମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମଇଟିଭି ଭାରତ, ଯାଜପୁର

Category

🗞
News
Transcript
00:05so
00:14so

Recommended