Skip to playerSkip to main content
  • 6 minutes ago
ବଲାଙ୍ଗୀର: ପାଟଣା ମହାରାଜା ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଅସୁରୀୟ ଶକ୍ତି ନାଶ ସୂଚକ ଲାଖବିନ୍ଧା ନୀତି ସମ୍ପନ୍ନ କରିଛନ୍ତି । ବିଜୟା ଦଶମୀରେ ଲକ୍ଷ୍ୟଭେଦ କରି ପାଟଣା ମହାରାଜା ଅଞ୍ଚଳର ସୁରକ୍ଷା ପାଇଁ ଦେଖାଇଛନ୍ତି ନିଜ ଶକ୍ତି । 
ବଲାଙ୍ଗୀର ରାଜପରିବାର ପରମ୍ପରା ଅନୁଯାୟୀ ମହାରାଜା ବିଜୟା ଦଶମୀ ଅବସରରେ ଲକ୍ଷ୍ୟ ଭେଦ କରି ଅସୁରୀୟ ଶକ୍ତିକୁ ନାଶ କରି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିଥାନ୍ତି । ଏହାକୁ ପାଳନ ସ୍ବରୁପ ପାଟଣା ରାଜ ପରିବାର ସଦସ୍ୟ (ମହାରାଜା) ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲାଖ ବିନ୍ଧା ନୀତି ସମ୍ପନ୍ନ କରିଛନ୍ତି । ପାଟଣାଗଡ ରାଜା ପ୍ରସାଦରେ ଏହି ନୀତି ଆୟୋଜିତ ହୋଇଥିଲା । ମହାରାଜା ନିଜ ବନ୍ଧୁକରେ ଲକ୍ଷ୍ୟ ଭେଦ କରିଥିଲେ । ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, "ବିଜୟା ଦଶମୀରେ ଏହି ଲାଖ ବିନ୍ଧା ଲକ୍ଷ୍ୟ ଭେଦ ନୀତି ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ଲକ୍ଷ୍ୟକୁ ସଫଳ ଭାବରେ ଭେଦ କରି ପ୍ରଜାଙ୍କ ମଧ୍ୟରେ ସୁରକ୍ଷା ଓ ଶକ୍ତିର ବିଶ୍ୱାସ ଦିଆଯାଇଥାଏ । ଏହାଦ୍ୱାରା ଅସୁରୀୟ ଶକ୍ତି ରାଜ୍ୟରୁ ଦୂରେଇ ରହିଥାନ୍ତି । ପୂର୍ବରୁ ରାଇଫଲ ବନ୍ଧୁକରେ ଲକ୍ଷ୍ୟ ଭେଦ ହେଉଥିଲା । ହେଲେ ଏବେ ସୁରକ୍ଷା ଦୃଷ୍ଟିରୁ ଏୟାରଗନ୍‌ରେ ଏହି ଲକ୍ଷ୍ୟ ଭେଦ କରାଯାଇଛି । ଏହି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।" 
 ଏହା ମଧ୍ୟ ପଢନ୍ତୁ:ମା' ମାଣିକେଶ୍ୱରୀଙ୍କ ଲାଖମରା ପର୍ବ: ଲକ୍ଷ୍ୟ ଭେଦିଲେ ରାଜପରିବାରର କୁମାର ସାହେବ, ହଜାର ହଜାର ଭକ୍ତ ସାମିଲକଟକ ସର୍ପାଦୁର୍ଗା ପୂଜା ମଣ୍ଡପ: ଯେଉଁଠି ଶିବାଙ୍କୁ ଚାହିଁ ରହିଛନ୍ତି ଶିବ ! 274 ବର୍ଷ ପରମ୍ପରା ଏବେବି ଉଜ୍ଜୀବିତଇଟିଭି ଭାରତ, ବଲାଙ୍ଗୀର

Category

🗞
News
Transcript
00:04I'm going to get to the end of the day.
00:04Oh, I'm going to get to the end of the day.
00:30We are doing a thousand to 100,000,000 people in Swabhus, Sarrila, Navratra, Pooja, Jatra, Sarrila.
00:38We are doing a thousand to 100,000,000 people in Swabhus.
00:44We are doing a thousand to 100,000 people in Swabhus and Jatras.
01:24Thank you very much.
01:33This is the time that we have to keep the time in order to keep the time.
Comments

Recommended