Skip to playerSkip to main content
  • 1 day ago
ନବରଙ୍ଗପୁର: ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜାରୁ ଦୋହଣା ଯିବା ରାସ୍ତାର ବାଙ୍ଗିରି ନାଳ ବ୍ରିଜ୍‌ରେ ଅଟକିଗଲା ବିଧାୟକ ଓ ବିଡିଓଙ୍କ ଗାଡ଼ି । ତେନ୍ତୁଳୀଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଗ୍ରାମରେ ଜଳମଗ୍ନ ହୋଇଥିବା ଖବର ପାଇ ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓ ତେନ୍ତୁଳୀଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ । ଦୁହେଁ ଅଲଗା ଅଲଗା ଗାଡ଼ିରେ ଯାଉଥିବା ବେଳେ ବାଙ୍ଗିରି ନାଳ ବ୍ରିଜ୍‌ ଉପରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଥିବାରୁ ଆଗକୁ ଯାଇପାରିନଥିଲେ ।ପଛକୁ ଫେରିବାକୁ ଚେଷ୍ଟା କରିବା ସମୟରେ ବିଡିଓଙ୍କ ଗାଡ଼ି ହଠାତ୍‌ ବନ୍ଦ ହୋଇଯାଇଥିଲା । ବହୁ ଚେଷ୍ଟା ପରେ ବି ଗାଡ଼ି ଷ୍ଟାର୍ଟ ହୋଇନଥିଲା । ଶେଷରେ ଉପସ୍ଥିତ ଲୋକେ ପହଞ୍ଚି ବିଡିଓଙ୍କ ଗାଡ଼ିକୁ ଠେଲି ଠେଲି ପଛକୁ ନେଇଥିଲେ । ପ୍ରାୟ ଘଣ୍ଟାଏ ପରେ ବିଧାୟକଙ୍କ ଗାଡ଼ି ମଧ୍ୟ ସେଠାରୁ ବାହାରିଥିଲା । ପରେ ବିକଳ୍ପ ରାସ୍ତା ଦେଇ ବିଧାୟକ ଓ ବିଡିଓ ଇନ୍ଦ୍ରାବତୀରେ ପହଞ୍ଚି ସ୍ଥିତି ପରଖିଥିଲେ । ଜଳମଗ୍ନ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଓ ପ୍ରଶାସନିକ ଅଧିକାରୀ ।ଏହା ବି ପଢନ୍ତୁ- ବନ୍ୟା ଘେରରେ ଘର; ଉଜୁଡ଼ା ବାସସ୍ଥାନକୁ ସଜାଡ଼ିବେ କେମିତି, ଚିନ୍ତାରେ ବନ୍ୟା ବିପନ୍ନ - ଦଶରଥପୁର ବନ୍ୟାଇଟିଭି ଭାରତ, ନବରଙ୍ଗପୁର 

Category

🗞
News
Transcript
00:28I'll see you next time.
00:41I'll see you next time.
01:29I'll see you next time.
01:44I'll see you next time.
02:07Bye-bye.
02:48Bye-bye.
02:57Bye-bye.
03:25Bye-bye.
03:57Bye-bye.
04:07Bye-bye.
04:38Bye-bye.
05:07Bye-bye.
05:36Bye-bye.
05:37Bye-bye.
Comments

Recommended