Skip to playerSkip to main content
  • 1 day ago
କଟକ: ରାଜ୍ୟରେ ଖରା ବଢିବା ସାଙ୍ଗକୁ ରାଜନୈତିକ ଉଷ୍ମତା ବି ବଢିବାରେ ଲାଗିଛି । ମାତ୍ର କଟକରେ ଆଜି ପଖାଳ କଂସା ଯାହାକି ରାଜନୈତିକ ଉଷ୍ମତାକୁ ଥଣ୍ଡା କରି ଦେଇଛି । ରାଜ୍ୟସଭା ନିର୍ବାଚନ ପରେ ବିଜେଡି ବିଜେପି ଏବଂ କଂଗ୍ରେସ ଦଳ ମଧ୍ୟରେ ପ୍ରତ୍ୟକ ଦିନ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଛି । ମାତ୍ର ଏହାରି ଭିତରେ କଟକରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।  

ଭାଇଚାରା ସହର କଟକରେ କିନ୍ତୁ ରାଜ୍ୟସଭା ନିର୍ବାଚନୀ ତାତିକୁ ଥଣ୍ଡା କରିଛି ପଖାଳ କଂସା । ବିଜେଡି ମେୟର ସୁବାସ ସିଂଙ୍କ ପଖାଳ ଦିବସ ଆୟୋଜନରେ ଏକାଠି ହୋଇଥିଲେ ସବୁ ଦଳର ନେତା । ଏପରି ଗୋଟିଏ ମଞ୍ଚରେ ନେତାମାନେ ଏକାଠି ବସିବା ସହ ଏକତ୍ରିତ ହୋଇ ପଖାଳ ଖାଇଥିଲେ । ରାଜନୀତି ଚର୍ଚ୍ଚାରୁ ଦୂରେଇ ରହି ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ । ପ୍ରତ୍ୟେକ ବର୍ଷ ପରି ବିଜେଡିର ମେୟର ସୁବାସ ସିଂ ନିଜର ସରକାରୀ ବାସ ଭଵନରେ ପଖାଳ ଦିବସର ଆୟୋଜନ କରିଥିଲେ । ବିଭିନ୍ନ ଦଳର ନେତା ମାନେ ଆଜି ଗୋଟିଏ ମଞ୍ଚରେ ବସିଥିଲେ ଆଉ ଏକାଠି ପଖାଳ ଖାଇଥିଲେ । ତେଵେ ଦଳ ବଳ ନିର୍ବିଶେଷରେ ସମସ୍ତେ ଏକ ତାହା ପ୍ରମାଣିତ କରିଥିଲେ ।ଏହା ମଧ୍ୟ ପଢନ୍ତୁ: ‘ବିଲରୁ ବେଲା’ ବିଶ୍ବ ରେକର୍ଡ କରିବ ପଖାଳ: ନେତାଙ୍କ ସହ ବସି ଖାଇଲେ ମୁଖ୍ୟମନ୍ତ୍ରୀ, ପରସା ଗଲା 326 ପ୍ରକାର ବ୍ୟଞ୍ଜନପଲ୍ଲୀରୁ ଦିଲ୍ଲୀ ଯାଏଁ ପଖାଳର ଚାହିଦା ! ମହାମହିମଙ୍କ ପାଇଁ ରାଷ୍ଟ୍ରପତି ଭବନର ଫୁଡ୍ ମେନୁରେ ବି ରହିଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳଇଟିଭି ଭାରତ, କଟକ

Category

🗞
News
Transcript
00:00.
00:00.
00:00.
00:00.
00:00.
00:00.
00:30the
00:42foreign
00:43foreign
Comments

Recommended