Skip to playerSkip to main content
  • 8 minutes ago
ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ୮୦ ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପତାକା ଉତ୍ତୋଳନ କରିଥିଲେ । ଦେଶର ସାର୍ବଭୌମତ୍ଵ ଓ ଏକତା ଭାବ କିଭଳି ବଜାୟ ରହିବ ଓ Gen Z ମାନେ ଆଗାମୀ ଦିନରେ କିଭଳି ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବେ, ସେନେଇ ନିଜର ବକ୍ତବ୍ୟ ରଖିଥିଲେ ।  

 ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି,"ଓଡ଼ିଶାବାସୀଙ୍କୁ ମୋର ସଂଗ୍ରାମୀ ଅଭିନନ୍ଦନ । ଯେଉଁ ମହାମନୀଷୀମାନେ ନିଷ୍ଠା ଓ ତ୍ୟାଗ ପ୍ରଦାନ କରି ସ୍ୱାଧୀନତା ପ୍ରଦାନ କରିଛନ୍ତି, ସେମାନଙ୍କୁ ଆଜି ମନେ ପକାଇବାର ଦିନ । ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ, ଭଗତ ସିଂ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଭଳି ପ୍ରମୁଖ ସଂଗ୍ରାମୀଙ୍କୁ ମନେ ପକାଇବାର ଦିନ । ଆମେ ସମସ୍ତେ ସେମାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଉଚିତ୍ । କେନ୍ଦ୍ର ଓ ରାଜ୍ୟ ସରକାର ଅସଂଖ୍ୟ ଯୋଜନା ଚାଷୀ, ଯୁବ ଏବଂ ମହିଳାଙ୍କ ପାଇଁ ଆରମ୍ଭ କରିଛନ୍ତି । ବିକଶିତ ଭାରତରେ ଓଡ଼ିଶାର ଅବଦାନ ଅଧିକ ରହିବ l ଓଡ଼ିଶାକୁ ସମୃଦ୍ଧ କରିବା ଓ ଏକ ନମ୍ବର ରାଜ୍ୟରେ ପରିଣତ କରିବା । ଏଥିପାଇଁ ମିଳିତ ଭାବେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସହିତ କାମ କରୁଛନ୍ତି ।"ସେ ଆହୁରି କହିଛନ୍ତି," ଲକ୍ଷପତି ଦିଦିରେ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି, ସୁଭଦ୍ରା ଯୋଜନାକୁ କ୍ରିୟାନ୍ୱୟନ, ମହିଳାଙ୍କୁ ଦୁଇ ବର୍ଷରେ 20 ହଜାର କୋଟି ଦିଆଯାଇଛି । ଆଉ 30 ହଜାର କୋଟି ପ୍ରଦାନ କରାଯିବ । ମହିଳାମାନେ ଲକ୍ଷପତି ଦିଦି ହେବାର ସ୍ବପ୍ନ ସାକାର ହୋଇଛି, ଚାଷୀଙ୍କୁ 800 ଟଙ୍କା ଏମଏସପି ଦିଆଯାଉଛି । 20 ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ଆସିଛି । ବିଜେପି ସରକାର ସମୟରେ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଐତିହାସିକ । ବିକଶିତ ଭାରତରେ ଓଡ଼ିଶାର ଅବଦାନ ଅଧିକ ରହିବ । ଓଡ଼ିଶାର ଭବିଷ୍ୟତ ହେଉଛନ୍ତି ଯୁବ ସମାଜ । ଏ ସମୟ ହେଉଛି ସଂକଳ୍ପ ନେବାର ସମୟ, ପ୍ରତିଜ୍ଞା ନେବାର ସମୟ । "
 ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଏକାମ୍ର ବିଧାୟକ ବାବୁ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ରାଜ୍ୟ ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଏହା ମଧ୍ୟ ପଢନ୍ତୁ... ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ; ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ନିଃଶୁଳ୍କ ପାଠ୍ୟପୁସ୍ତକଏହା ମଧ୍ୟ ପଢନ୍ତୁ...Independence Day: ୮୦ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ; ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରୁ ଦେଖନ୍ତୁ LIVE - ସ୍ୱାଧୀନତା ଦିବସ 2026
ଇଟିଭି ଭାରତ, ଭୁବନେଶ୍ବର 

Category

🗞
News
Transcript
00:08Satsang with Mooji
00:10Satsang with Mooji
00:24In the direction of the land, a big part of the land is a Perbolite.
00:35The land has been in the days of all the years.
00:40The land has been on the last year.
00:43The land has been on the last year.
00:45The land has been on the land and the land.
00:47I have been on the land and the land.
01:20Thank you very much.
01:34Thank you very much.
02:05Thank you very much.
Comments

Recommended