Skip to playerSkip to main content
  • 17 minutes ago
ହାଇଦ୍ରାବାଦ: ପ୍ରବାସୀ ଓଡ଼ିଆଙ୍କ ଜନ ସମୁଦ୍ର ପାଲଟିଲା ଶିଳ୍ପାରମମ୍‌ । ଉଦଯାପିତ ହେଲା ହାଇଦ୍ରାବାଦରେ ଆୟୋଜିତ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା । ଶେଷ ସନ୍ଧ୍ୟାରେ ଧମାଲ୍ କଲା ପ୍ରିନ୍ସ ଡାନ୍ସ ଗ୍ରୁପ ଏବଂ ସମ୍ବଲପୁରୀ ନୃତ୍ୟ । ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ (SOWW) ପକ୍ଷରୁ ତିନିଦିନ ଧରି ହାଇଦ୍ରାବାଦର ଶିଳ୍ପାରମମ୍‌ ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳାର ଗତକାଲି (ରବିବାର) ଉଦଯାପିତ ହୋଇଛି । ମେଳାର ଶେଷ ଦିନରେ ପ୍ରବଳ ପ୍ରବାସୀ ଓଡ଼ିଆ ସମାଗମ ହୋଇଥିଲା । ଓଡ଼ିଶାର କଳା ସଂସ୍କୃତି, ଖାଦ୍ୟପେୟ ଓ ହସ୍ତଶିଳ୍ପକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ସେପଟେ ବ୍ରହ୍ମପୁରରୁ ଆସିଥିବା ପ୍ରିନ୍ସ ଡାନ୍ସ ଗ୍ରୁପର କଳାକାରମାନଙ୍କ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଭି.ଏସ୍. ରାମଚନ୍ଦ୍ରନ୍, ଆଇପିଏସ୍ ଅଧିକାରୀ  ସୌମ୍ୟା ମିଶ୍ର, ହୃଦରୋଗ ବିଶେଷଜ୍ଞଭାରତ ପୁରୋହିତ ଏବଂ ଏନଟିପିସିର, ଜିଏମ୍ ଏଚ୍.ଆର୍ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ହୃଦରୋଗ ବିଶେଷଜ୍ଞ ଭି.ଏସ୍. ରାମଚନ୍ଦ୍ରନ୍ ଓଡ଼ିଶାର କଳାସଂସ୍କୃତି ଏବଂ ଖାଦ୍ୟପେୟକୁ ଭୂରି ଭୂରି ପ୍ରଶଂସା କରିଥିଲେ । ସେ କହିଥିଲେ ," ବହୁତ ଗର୍ବର କଥା ଯେ ପ୍ରତିବର୍ଷ ହାଇଦ୍ରାବାଦରେ ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ଓଡ଼ିଶା ଫୁଡ୍ ଏବଂ କ୍ରାଫ୍ଟ ମେଳା ଆୟୋଜନ କରୁଛନ୍ତି । ଏହା ହାଇଦ୍ରାବାଦରେ ଥିବା ସମସ୍ତ ଓଡ଼ିଆ ଲୋକଙ୍କୁ ଏକାଠି କରିବା ସହ ଓଡ଼ିଶାର କଳା ସଂସ୍କୃତି, ଖାଦ୍ୟପେୟ ଓ ହସ୍ତଶିଳ୍ପର ପ୍ରଚାର ପ୍ରସାର କରିବାର ଏକ ମାଧ୍ୟମ । ମୁଁ ସବୁ ରାଜ୍ୟ ଯାଇଛି, ହେଲେ ଓଡ଼ିଶାର ଖାଦ୍ୟ ସବୁ ଠାରୁ ସ୍ବାଦିଷ୍ଠ ଏବଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଭଲ ।" ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା; ଦ୍ୱିତୀୟ ସନ୍ଧ୍ୟାରେ ଖଚାଖଚ ଭିଡ଼, ଦୁଲୁକିଲା ଶିଳ୍ପାରମମ୍‌ - ODISHA FOOD CRAFT MELA ଏହା ମଧ୍ୟ ପଢନ୍ତୁ... ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା, ଓଡ଼ିଆ ସଂସ୍କୃତି ପ୍ରଚାର ପ୍ରସାର ଲକ୍ଷ୍ୟରେ SOWW ପରିବାରବ୍ୟୁରୋ ରିପୋର୍ଟ, ହାଇଦ୍ରାବାଦ

Category

🗞
News
Transcript
00:00foreign
00:08foreign
00:14foreign
00:28Thank you so much for joining us.
00:58Thank you so much for joining us.
02:53Thank you very much.
03:23Thank you very much.
03:53Thank you very much.
04:23Thank you very much.
04:53Thank you very much.
05:23Thank you very much.
05:53Thank you very much.
Comments

Recommended