Skip to playerSkip to main content
  • 8 hours ago
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ନୂତନ ଭାବେ ନିର୍ମାଣ ହେଉଥିବା 55 ନମ୍ବର ଜାତୀୟ ରାଜପଥରେ ନିମ୍ନମାନର କାର୍ଯ୍ୟ ହେଉଥିବା ଜଣାପଡିବା ପରେ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଓ ଏସପି ଅଙ୍କିତ କୁମାର ବର୍ମା ଚଢ଼ାଉ କରିଥିଲେ । କାମ ନିମ୍ନମାନର ହେଉଥିବା ଦେଖିବା ପରେ ଠିକା ସଂସ୍ଥା ବିରୋଧରେ ଥାନାରେ ଏତଲା ଦେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁରରୁ କଟକ ଯୋଡୁଥିବା 55 ନମ୍ବର ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଯାଇ ଜଗତସିଂହପୁର ଜିଲ୍ଲାର ନୂଆଗାଁ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ତେବେ ଟେଣ୍ଡର ହେବାପରେ ଏହାର କାର୍ଯ୍ୟ ଏକ ଘରୋଇ କମ୍ପାନୀକୁ କାମ ଦିଆଯାଇଥିଲା ।  କମ୍ପାନୀ ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । କିଛିଦିନ ହେବ ଲଗାଣ ବର୍ଷା ଫଳରେ ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତା ଧୋଇଯିବା ଫଳରେ ପ୍ରଶାସନର ନଜର ପଡିଥିଲା । ଗତକାଲି (ସୋମବାର) ଦିନ ଏକାଧିକ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ଏସପି ଓ ପରିବହନ ବିଭାଗ ଅଧିକାରୀ ଧୋଇ ଯାଇଥିବା ରାସ୍ତା ନିକଟରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ କହିଛନ୍ତି, "ଜଗତସିଂହପୁର ଜିଲ୍ଲା ଦେଇ ଏରସମା ନୂଆଗାଁକୁ ସଂଯୋଗ କରୁଥିବା 55 ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆମେ ସ୍ଥିତ ଅନୁଧ୍ୟାନ କରିଥିଲୁ । କମ୍ପାନୀ ମନମୁଖୀ କାର୍ଯ୍ୟ କରିବା ସହ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରିଥିବା ଆମେ ଦେଖିବାକୁ ପାଇଛୁ । ଏ ସମ୍ପର୍କରେ ଘରୋଇ ଠିକା ସଂସ୍ଥା ସମେତ NH କତ୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ପର୍କରେ ରିପୋର୍ଟ ମଗାଯାଇଛି । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"ତେବେ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଓ ନିମ୍ନମାନର କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଥାନାରେ ଉପଜିଲ୍ଲାପାଳ ସମ୍ପୃକ୍ତ ଠିକା ସଂସ୍ଥା ନାମରେ ଏତଲା ଦେଇଥିବା ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରକାଶ କରିଛନ୍ତି ।ଏହା ମଧ୍ୟ ପଢ଼ନ୍ତୁ...ଭୁଶୁଡିଲା ନବନିର୍ମିତ 6 ଲେନ ବିଶିଷ୍ଟ ରାସ୍ତାର ସାଇଡ଼ ୱାଲ, ରିପୋର୍ଟ ତଲବ କଲେ କଟକ ଜିଲ୍ଲାପାଳମଣ୍ଡି ଆଗରେ ବର୍ଷାରେ ଭିଜି ଗଜା ହେଉଛି ଧାନ, ତାତିଲେ ନୂଆପଡ଼ାର ଶତାଧିକ ଚାଷୀ, ଧାନବସ୍ତା ରଖି ରାସ୍ତା ଅବରୋଧ
ଇଟିଭି ଭାରତ, ଜଗତସିଂହପୁର 

Category

🗞
News
Transcript
00:26I can't see you in the middle of the day.
00:29I am a member of the NH55 site engineer and I am a member of the project site engineer.
00:41We have been able to do this.
00:43We have to say that we have a complaint about public revances and the government has also been a complaint.
00:52It is not a good result, but the result is the same as the ARSS.
00:58We are doing this with NH55 and NH53 is a good result of the same agency.
01:05The ATV is a good result of the ARSS and NH53 is a good result of the ARSS.
01:13We have the section 133 CRPC and section 152 BNSS.
01:20We have a separate notice from NH55, which is why we have to consult with SPI.
01:31By name, we have to lodge from FR, which we have neglected.
01:36We have to monitor our personnel.
01:39We also have instructions on the site engineer,
01:41It is important that every day we have seen the work force and machinery.
01:48We have audited in the third party and the agency.
01:54We have seen the quality and efficiency.
01:58We have reported the quality and quantity.
02:03We have seen the speed of quality and speed.
02:07We have seen the quality of quality and quality.
Comments

Recommended