Skip to playerSkip to main content
  • 6 days ago
ପୁରୀ: ବିରାଟକାୟ ଅଜଗର ସାପ ଉଦ୍ଧାର । ପୁରୀ ରେଳ ଷ୍ଟେସନ ନିକଟରେ ଥିବା ରେଲୱେ କୋଚିଂ ଡିପୋରୁ ଆଜି (ମଙ୍ଗଳବାର) ପୂର୍ବାହ୍ନ ୧୦ ଟା ୩୦ ରେ ପୁରୀ ସ୍ନେକ ହେଲ୍ପଲାଇନ ସଦସ୍ୟ ସଂଗ୍ରାମ କେଶରୀ ଦାଶ ଓ ବନ ବିଭାଗର କର୍ମଚାରୀ ଉଦ୍ଧାର କରିଛନ୍ତି । ଏହାର ଓଜନ ୧୫ କିଲୋ ଓ ଲମ୍ବ ୧୨ ଫୁଟ ଥିବା ଜଣାପଡିଛି । ଘଟଣାସ୍ଥଳରେ ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ରେଲୱେ କୋଚିଂ ଡିପୋରୁ ଅଜଗର ସାପ ଉଦ୍ଧାର ହେବା ଘଟଣା ସମଗ୍ର ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । କିପରି ଏଠାକୁ ଅଜଗର ସାପ ଆସିଲା ସେ ନେଇ ସଧାରଣରେ ପ୍ରଶ୍ନ ଉଠିଛି । 

ସ୍ନେକ ହେଲ୍ପ ଲାଇନ୍ ପୁରୀ ସଦସ୍ୟ ସଂଗ୍ରାମ କେଶରୀ ଦାସ କହିଛନ୍ତି, "ଆଜି ଦିନ ୧୦ଟା ୩୦ରେ ପୁରୀ ରେଲୱେ ଷ୍ଟେସନରେ ଥିବା କୋଚିଂ ଡିପୋରୁ ଏକ ସାପ ଉଦ୍ଧାର ପାଇଁ ଏକ ଫୋନ୍ କଲ ଆସିଥିଲା । ସେଠାରେ ପହଞ୍ଚିବା ପରେ ଏକ ଅଜଗର ସାପ ଦେଖି ସଙ୍ଗେ ସଙ୍ଗେ ମୁଁ ବାଲୁଖଣ୍ଡ ଅଭୟାରଣ୍ୟ ରେଞ୍ଜରଙ୍କୁ ଯୋଗାଯୋଗ କରିଥିଲି । ବନ ବିଭାଗର କର୍ମଚାରୀ ମାନେ ଆସିବା ପରେ ଆମେ ମିଳିତ ଭାବେ ଅଜଗର ସାପଟିକୁ ଉଦ୍ଧାର କରିଥିଲୁ । ଏହା ଏକ ମାଈ ଅଜଗର ସାପ ଥିଲା ଓ ଏହାର ଲମ୍ବ ୧୨ ଫୁଟ ଓ ଓଜନ ୧୫ କେଜି ରହିଥିଲା । ତେବେ ରେଲୱେ କୋଚିଂ ଡିପୋକୁ ଅଜଗର ସାପ ଆସିଲା କେମିତି । ଏହା ତଦନ୍ତ ସାପେକ୍ଷ । ମୁଁ ବନ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରିଛି ଘଟଣାର ତଦନ୍ତ କରାଯାଉ । ଏହା ପଛରେ କିଛି ସାପ ଧରାଳିଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । କିଛି ଦିନ ତଳେ ପୁରୀର ଜଣେ ସାପ ଧରାଳି ଏକ ଅଜଗର ଉଦ୍ଧାର କରିଥିଲେ । ସୋସିଆଲ ମିଡିଆରେ ରିଲ୍ କରିଥିଲେ । ଏଣୁ ଏହି ଘଟଣାର ତଦନ୍ତ କରାଗଲେ ଅଜଗର ସାପ ଉଦ୍ଧାର ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ମୋର ଆଶା ରହିଛି ।ଏହା ମଧ୍ୟ ପଢନ୍ତୁ:କାଳ ସାଜିଲା ରିଲ୍ସ ନିଶା; ସାପ ଚୋଟରେ ଚାଲିଗଲା ସାପ ଧରାଳିଙ୍କ ଜୀବନ !ବାଣୀବିହାର ଓଭରବ୍ରିଜ୍‌ରେ ଅଜଗର ଆତଙ୍କ, କେଉଁଠୁ ଆସିଲା ଏତେ ବଡ଼ ସାପ ?ଇଟିଭି ଭାରଚ, ପୁରୀ

Category

🗞
News
Transcript
00:11We'll see you next time.
00:32We'll see you then.

Recommended