Skip to playerSkip to main content
  • 31 minutes ago
Hatakeswar Temple ଖୋରଧା: ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଆଜି ଖୋରଧା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଅଟ୍ରିସ୍ଥିତ ବାବା ହଟକେଶ୍ୱରଙ୍କ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏକାଦଶ ରୁଦ୍ର ପ୍ରଭୁ ହଟକେଶ୍ୱରଙ୍କ ନିକଟରେ ଜଳାଭିଷେକ କରି ମନସ୍କାମନା ପୂରଣ ଆଶାରେ ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି । ହର ହର ମହାଦେବ ଓ ବୋଲ୍‌ବମ ଧ୍ୱନିରେ ଗୁଞ୍ଜରିତ ହୋଇଉଠିଛି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପୀଠ । ଭୋର ୩ଟାରେ ମନ୍ଦିରର ପହଡ଼ ଫିଟିବା ପରେ ମହାଦେବଙ୍କ ନୀତିକାନ୍ତି ଓ ସୋମବାର ବିଶେଷ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା । ଏହାପରେ ଦୂରଦୂରାନ୍ତରୁ ଆସିଥିବା କାଉଡ଼ିଆ ଓ ମାନସିକଧାରୀ ପୁରୁଷ-ମହିଳା ଶ୍ରଦ୍ଧାଳୁମାନେ ନଦୀଘାଟରୁ ନୀତିନିଷ୍ଠାର ସହ ପବିତ୍ର ଜଳ ଆଣି ପ୍ରଭୁଙ୍କ ଶିବଲିଙ୍ଗରେ ଢାଳିଥିଲେ । ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ଶିବଲିଙ୍ଗରେ ଜଳ ଲାଗି କରିବା ସହ ଦୀପ ଜାଳି, ଜଳଶାୟୀ କରିବା ସହିତ ପାଦୁକ ଗ୍ରହଣ କରି ପ୍ରଭୁଙ୍କ କୃପା ଭିକ୍ଷା କରିଛନ୍ତି । ଲୋକବିଶ୍ୱାସ ରହିଛି ଯେ, ଶ୍ରାବଣ ସୋମବାରରେ ବାବା ହଟକେଶ୍ୱରଙ୍କ ପୀଠରେ ନିଷ୍ଠାର ସହ ଜଳାଭିଷେକ କଲେ ଭକ୍ତଙ୍କ ପ୍ରତ୍ୟେକ ଆଶା ଓ ମନସ୍କାମନା ପୂରଣ ହୋଇଥାଏ । ଏହି ଆସ୍ଥାକୁ ପାଥେୟ କରି ଚଳିତ ଦ୍ୱିତୀୟ ସୋମବାରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧରି ଧୈର୍ଯ୍ୟର ସହ ଅପେକ୍ଷା କରି ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖାଦ୍ୟ,ପାନୀୟ ଜଳ, ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି, ଯାହାଫଳରେ କାଉଡ଼ିଆମାନେ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ଜଳାଭିଷେକ କରିପାରୁଛନ୍ତି ।
 ଏହା ମଧ୍ୟ ପଢ଼ନ୍ତୁ...ଶ୍ରାବଣ ମାସ ପ୍ରଥମ ସୋମବାର; ମହାଦେବଙ୍କ ଠାରେ ଜଳାଭିଷେକ କଲେ ହଜାର ହଜାର କାଉଡ଼ିଆରାତିରେ ହଟିଲା କଟକଣା, ପ୍ରଭୁ ଧବଳେଶ୍ୱରଙ୍କ ମସ୍ତକରେ ଜଳ ଲାଗି କଲେ ହଜାର ହଜାର କାଉଡିଆଇଟିଭି ଭାରତ, ଖୋରଧା

Category

🗞
News
Transcript
00:00Today, the day that I see a lot of people from Geylas.
00:02Do you, and I will invite you to catch up on the main arc of Geylas.
00:11Do you think that was a great deal.
00:18Never mind, today's erotic has been very complicated.
00:24It is a great deal.
00:27To be continued...
00:28...the first time the country was
00:28going to be on the earth...
00:32...and we were in the region...
00:35...and we had the power of water...
00:37...and we were doing it...
00:40...and we were doing it.
00:41Do you think that the country can't get the country?
00:45That's the same thing.
00:46I think that the country,
00:50...we have been doing it.
00:51...that is the only way we have been.
00:53foreign
01:06foreign
01:31Thank you very much.
02:19Thank you very much.
03:23Thank you very much.
Comments

Recommended