Skip to playerSkip to main content
  • 6 minutes ago
ଗଜପତି: ପ୍ରତିବର୍ଷ ଚୈତ୍ରମାସ ଶେଷ ମଙ୍ଗଳବାରରେ ପାରଳାଖେମୁଣ୍ଡିର ଗଜମୁଆଁ ଭୋଗ ଲାଗି ହେବାର ସ୍ବତନ୍ତ୍ରତା ରହିଛି । ଏହାକୁ ଖୁବ୍ ଧୁମଧାମ୍‌ରେ ସାରା ସହରରେ ପାଳନ କରାଯାଇଥାଏ । ବିଶେଷ କରି କଟିକିଆ ସାହିର ଗଜମୁଆଁର ବହୁତ ଚାହିଦା ରହିଛି । ଚଳିତବର୍ଷ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିକୃତିରେ ସଜ୍ଜିତ ମୁଆଁ ଖୁବ୍ ଆକର୍ଷଣୀୟ ହୋଇଛି । ଏହି ଉତ୍ସବରେ ସାମିଲ ହେବା ପାଇଁ ସଭିଏଁ ଉତ୍ସାହିତ ରହିଥାନ୍ତି । 
 ଗଜମୁଆଁ ଭୋଗର ସ୍ବତନ୍ତ୍ରତା:
ପାରଳାଖେମୁଣ୍ଡି ସହରର ଗଜମୁଆଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ସହରର ଅଧିକାଂଶ ସାହିରେ ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାରରେ ଏହା ପାଳିତ ହୋଇଥାଏ । ସହରର କଟିକିଆ ସାହିର ଗଜମୁହାଁ ସବୁବର୍ଷ ପରି ଭିନ୍ନ ହୋଇଥାଏ । ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଜମୁଆଁ ଭୋଗର ସ୍ବତନ୍ତ୍ରତା ରହିଛି । ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିକୃତି:
ଗଜମୁଆଁ ଲିଆ ଓ ଗୁଡର ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ। ଏହାକୁ ବିଭିନ୍ନ ପ୍ରକାରରେ ସଜାଇ ସାହିର ଯୁବକମାନେ ପୂଜାର୍ଚ୍ଚନା କରି ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି । ଚଳିତବର୍ଷ ଏହି ମୁଆଁକୁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିକୃତିରେ ସଜ୍ଜିତ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଖୁବ୍ ଉତ୍ସାହିତ ହୋଇଥିଲେ । ଏହାକୁ ଆଜି (ବୁଧବାର) ସକାଳ ସମୟରେ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଯାଇଥିଲା । 
ଗଜମୁଆଁ ପରମ୍ପରାର କାହାଣୀ:
ଏହି ପରମ୍ପରାର ମଧ୍ୟ କିମ୍ବଦନ୍ତୀ ରହିଛି । ବହୁ ବର୍ଷ ତଳେ ପାରଳାଖେମୁଣ୍ଡିରେ ମହାମାରୀ ଦେଖାଦେଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏଥିରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ଲୋକେ ଚୈତ୍ରମାସ ମଙ୍ଗଳବାରରେ ଗଜମୁହାଁ ଠାକୁରାଣୀଙ୍କ ନିକଟରେ ଭୋଗ କରିଥିଲେ । ଏହାପରେ ମହାମାରୀରୁ ରକ୍ଷା ମିଳିଥିଲା ବୋଲି କୁହାଯାଏ । ସେହିଦିନ ଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ବି ଜାରି ରହିଛି । 

ଏହା ମଧ୍ୟ ଦେଖନ୍ତୁ:ଆରମ୍ଭ ହେଲା ପ୍ରସିଦ୍ଧ 'ମାଇପି ମେଳା'; ଅଧିଆ ପଡ଼ିଲେ ଶହ ଶହ ଶ୍ରଦ୍ଧାଳୁ
 ଇଟିଭି ଭାରତ, ଗଜପତି

Category

🗞
News
Transcript
00:21Visit www.Santhi.co.uk
00:23Visit www.Santhi.co.uk
00:25www.Santhi.co.uk
00:29I think I'm going to take care of my mother I'm a papa for a personal armory
00:34that I have a mission to a boy for barbots I don't like that I don't like that
00:40tomorrow I'm going to sit on a car it's on time I'm going to talk about the rest of
00:44the maram waitin I'll be out for a career for a time when I get it for take
00:55foreign
00:58foreign
01:20foreign
01:35foreign
01:36foreign
01:36foreign
02:06Thank you very much.
02:17Thank you very much.
Comments

Recommended