Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
11 months ago
Kartika Purnima Preparation, ଭୁବନେଶ୍ବର: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ମାସ ଭିତରେ ସାର ଏହି ଧର୍ମ ମାସରେ ଡଙ୍ଗା ଭସାଇବା ପାଇଁ ଭୁବନେଶ୍ୱରର ବିନ୍ଦୁ ସାଗର, କୁଆଖାଇ, ଦୟା ନଦୀ ସମେତ ଅନ୍ୟ ଜଳାଶୟରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗିଥାଏ । ପରିଷ୍କାର ଜଳ ସହ ସୁରକ୍ଷିତ ଡଙ୍ଗା ଭସାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବା କହିଛି ବିଏମସି । ଏନେଇ ବିନ୍ଦୁ ସାଗରରେ ବ୍ୟାପକ ବ୍ୟବସ୍ଥା କରିଛି ବିଏମସି । ଆସନ୍ତାକାଲି ପାଇଁ ପୁରା ପ୍ରସ୍ତୁତ ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ବରର ବିଭିନ୍ନ ୱାର୍ଡରୁ ଆସିଥିବା ପ୍ରସ୍ତାବକୁ ନେଇ ଏକାଧିକ ପୁଷ୍କରିଣୀକୁ ପୁନରୁଦ୍ଧାର କରାଯାଇଛି । ବିନ୍ଦୁ ସାଗରରୁ ଦଳ ଉଦ୍ଧାର କରାଯାଇଛି। ଆଲୋକୀକରଣ ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା ।
ସଫା ହେଲା ବିନ୍ଦୁସାଗର:ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବିନ୍ଦୁସାଗର ଓ ଅନ୍ୟାନ୍ୟ ଜଳାଶୟରେ ଡଙ୍ଗା ଭସାଇବେ । ଏହାକୁ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବୋଇତ ବନ୍ଦାଣ ଓ ଡଙ୍ଗା ଭସା କାର୍ଯ୍ୟକ୍ରମ ପାଇଁ ବିନ୍ଦୁ ସାଗରକୁ ସଫା କରାଯାଇଛି । ସେହିଭଳି ପାଣିରେ ଡଙ୍ଗା ଭସାଇବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାରିକେଡର ମଧ୍ୟ ବ୍ୟବସ୍ଥା କରାଯିବ । ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି । ଶାନ୍ତି ଶୃଙ୍ଖଳାର ସହିତ ପର୍ବ ପାଳନ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିଆଯାଇଛି ବିଭିନ୍ନ ପଦକ୍ଷେପ । ରାଜଧାନୀର ଏକାଧିକ ପୁଷ୍କରିଣୀକୁ ବିଏମସି ପକ୍ଷରୁ ପୁନରୁଦ୍ଧାର କରାଯାଇଛି । ଏହାସହ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ପୁଷ୍କରିଣୀର ଆଖପାଖ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ବିଏମସି କମିଶନର ଚଞ୍ଚଳ ରଣା । ବିଏମସି କମିଶନର କହିଛନ୍ତି,"ପ୍ରାୟ ୧୦ ଦିନ ହେବ ଏହିଭଳି ଭାବେ ସଫେଇ କାର୍ଯ୍ୟକ୍ରମ ଚାଲିଛି । ବିଭିନ୍ନ ୱାର୍ଡରୁ ପୁଷ୍କରିଣୀକୁ ପୁନରୁଦ୍ଧାର କରିବା ପାଇଁ ପ୍ରସ୍ତାବ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଏକାଧିକ ପୁଷ୍କରିଣୀରୁ ଦଳ କଢ଼ାଯାଇଛି ଏବଂ ବିଭିନ୍ନ ସ୍ଥାନରୁ ପଙ୍କ ଖାଲି କରାଯାଇଛି ।"
ଭଲ ବ୍ୟବସାୟ ହୋଇଛି:
ଅନ୍ୟପଟେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଯୋଗୁଁ ବଜାରରେ ମିଳୁଛି ବିଭିନ୍ନ ପ୍ରକାରର ଡଙ୍ଗା। ସୋଲ ଡଙ୍ଗା ଠାରୁ ଆରମ୍ଭ କରି କାଗଜ ଡଙ୍ଗା ତଥା ପାରମ୍ପରିକ କଦଳୀ ପଟୁଆ ଡଙ୍ଗା ବର୍ତ୍ତମାନ ବାଜରେ ମିଳୁଛି । ଯାହାକି ୫୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ବିଭିନ୍ନ କଳାକୃତିରେ ନିର୍ମାଣ ହୋଇଛି ଏହି ସବୁ ଡଙ୍ଗା। ଏଥିରେ ଜଗନ୍ନାଥ ମନ୍ଦିର ସହ ଚକ ଡଙ୍ଗା, ଶିବଲିଙ୍ଗ ଡଙ୍ଗା, ଅଯୋଧ୍ୟା ରାମମନ୍ଦିର ଡଙ୍ଗା ଆଦିକୁ କିଣି ନେଉଛନ୍ତି ଲୋକେ । ଏଥର ଭଲ ବେପାର ହେଉଥିବା କହିଛନ୍ତି ଡଙ୍ଗା ବ୍ୟବସାୟୀ ।ଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:00
Thank you for joining us.
Show less
Comments
Log in to post a comment
Recommended
4:46
|
Up next
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
2 weeks ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 weeks ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
4 weeks ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
5 weeks ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
7 weeks ago
6:13
জুবিনক্ষেত্ৰত জুবিন দিৱসৰ শুভাৰম্ভ, উপস্থিত চেলিম মাৰ্চেণ্ট
ETVBHARAT
6 hours ago
4:35
চৰাঞ্চলৰ সংখ্যালঘু ভোটাৰৰ মাজত বিজেপি প্ৰাৰ্থী দেৱাশীষ শৰ্মাৰ প্ৰচাৰ অভিযান
ETVBHARAT
6 hours ago
1:12
ବିଭାଗୀୟ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
ETVBHARAT
6 hours ago
1:45
ਪੰਜਾਬ ਦੀ ਸੁਮਿੱਤਰਾ ਦੇ ਹੱਕ ਵਿੱਚ ਸੁਪਰੀਮ ਕੋਰਟ ਦਾ ਵੱਡਾ ਫੈਸਲਾ, ਲਿੰਗ ਵਿਤਕਰੇ ’ਤੇ ਇੰਡੀਅਨ ਆਇਲ ਨੂੰ ਲਾਈ ਫਟਕਾਰ
ETVBHARAT
7 hours ago
1:14
रूसी राष्ट्रपति व्लादिमीर पुतिन ने पीएम मोदी को 76वें जन्मदिन पर बधाई दी
ETVBHARAT
7 hours ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
3 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
3 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
3 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
5 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
5 months ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
7 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
7 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
8 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
8 months ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
10 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
11 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
11 months ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
1 year ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
1 year ago
Comments