Skip to playerSkip to main content
  • 5 months ago
Lok Sabha Speaker Om Birla Visits Puri ପୁରୀ: ମହାପ୍ରଭୁଙ୍କ ଆଶିଷ ନେଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ମହାପ୍ରଭୁଙ୍କ ଦର୍ଶନ ପରେ ଜଗତର କଲ୍ୟାଣ ସହ ଦେଶବାସୀଙ୍କ କଲ୍ୟାଣ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲି ବୋଲି କହିଛନ୍ତି ଓମ ବିର୍ଲା ।  ତେବେ ଜାତୀୟ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିଥିଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କଲି:ଲୋକସଭା ବାଚସ୍ପତି ଓମ ବିର୍ଲା ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ରହି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ତେବେ ମହାପ୍ରଭୁଙ୍କୁ ଦର୍ଶନ ପରେ ଲୋକସଭା ବାଚସ୍ପତି କହିଛନ୍ତି, ‘ଆଜି ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମୋତେ ମିଳିଲା । ସାରା ଜଗତର କଲ୍ୟାଣ ସହ ଦେଶବାସୀଙ୍କ କଲ୍ୟାଣ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲି । ଭାରତର ସମୃଦ୍ଧି ହେଉ ଏବଂ ବିକଶିତ ଭାରତର ସଂକଳ୍ପ ପୂର୍ଣ୍ଣ ହେଉ ସେ ନେଇ ମଧ୍ୟ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲି ।’ଏହା ମଧ୍ୟ ପଢନ୍ତୁ:ଶ୍ରୀମନ୍ଦିର ଭିତରୁ ହିଡେନ୍ କ୍ୟାମେରା ଜବତ, ପଶ୍ଚିମବଙ୍ଗ ଯୁବକ ଅଟକଶ୍ରୀକ୍ଷେତ୍ର ବାହାରୁ ପ୍ରଥମ, ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ହେଲେ ମହେଶ ସାହୁଲୋକସଭା ବାଚସ୍ପତିଙ୍କୁ ଉପହାରରେ ଦିଆଗଲା ମହାପ୍ରଭୁଙ୍କ ଖଣ୍ଡୁଆ:ଅପରାହ୍ନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ସେବାୟତ ମାନେ ସ୍ବାଗତ କରିଥିଲେ । ପରେ ଲୋକସଭା ବାଚସ୍ପତି ଶ୍ରୀମନ୍ଦିର ଗୁମୁଟରେ ଥିବା ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥିଲେ । ପରେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ପରେ ମୁକ୍ତି ମଣ୍ଡପ ହୋଇ ଶ୍ରୀମନ୍ଦିର ଭିତର ବେଢା଼ରେ ପାର୍ଶ୍ଵ ଦେବଦେବୀଙ୍କୁ ସେ ଦର୍ଶନ କରିଥିଲେ । ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ସମୟରେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ସହ ମହାପ୍ରସାଦ ଉପହାର ସ୍ବରୂପ ଦେଇଥିଲେ । 
 ଇଟିଭି ଭାରତ, ପୁରୀ 

Category

🗞
News
Transcript
00:00I
00:02I
00:04I
00:06I
00:08I
00:10I
00:12I
00:14I
00:16I
00:18I
00:20I
00:22I
00:24I
00:26I
00:28I
00:30I
00:32I
00:34I
00:36I
00:38I
00:40I
00:42I
00:44I
00:46I
00:48I
00:50I
00:52I
00:54I
00:56I
00:58I
01:00I
01:02I
01:04I
01:06I
01:08I
01:10I
01:12I
01:14I
01:16I
01:18I
01:20I
01:22I
01:24I
01:26I
01:28I
01:30I
01:32I
01:34I
01:36I
01:38I
01:40I
01:42I
01:44I
01:46I
01:48I
01:50I
Be the first to comment
Add your comment

Recommended