Skip to playerSkip to main content
  • 13 minutes ago
ଭୁବନେଶ୍ୱର: ଆଜି ମାଘ ଶୁକ୍ଳ ପଞ୍ଚମୀ । ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସରସ୍ୱତୀ ପୂଜା ପାଇଁ ସବୁଠାରେ ଉତ୍ସବମୁଖର ପରିବେଶ । ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କୁ ଶ୍ରଦ୍ଧା ଓ ଆନନ୍ଦୋଲ୍ଲାସରେ ସଭିଏଁ ଆବାହନ କରିଛନ୍ତି  । ଏହି ଅବସରରେ ସାରା ଓଡ଼ିଶାରେ ଗଭୀର ଭକ୍ତି ଓ ଉତ୍ସାହର ସହିତ ମା'ଙ୍କ ପୂଜା ଅନୁଷ୍ଠିତ ହେଉଛି । ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଭକ୍ତମାନେ ମା’ଙ୍କ କୃପା ଲାଭ ସହିତ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । 
ନିଆରା କାର୍ଯ୍ୟକ୍ରମ 'ଅର୍ଚ୍ଚନା':ଭୁବନେଶ୍ୱରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଟ୍-୮ରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ଏଠାରେ ସବୁ ବର୍ଷ ପରି ପୁରୋହିତଙ୍କ ସ୍ଥାନରେ ଛାତ୍ରଛାତ୍ରୀମାନେ ନିଜ ହସ୍ତରେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରିଥିଲେ । ଭୋର ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚି 'ଅର୍ଚ୍ଚନା' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମା' ବିଦ୍ୟାଦାତ୍ରୀଙ୍କୁ ଆବାହନ କରିଥିଲେ । ସେମାନେ ମନ୍ତ୍ରୋଚ୍ଚାରଣ, ପାରମ୍ପରିକ ରୀତିନୀତି ଓ ଶୃଙ୍ଖଳାବଦ୍ଧ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କ ମନ ଜିତିଥିଲେ ।
ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ ପୂଜା, ହୋମଯଜ୍ଞ ଓ ଧାର୍ମିକ ଅନୁଷ୍ଠାନର ଆୟୋଜନ କରାଯାଇଛି । ବିଶେଷକରି ବିଦ୍ୟାଳୟ, କଲେଜ ଓ କୋଚିଂ ସେଣ୍ଟରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ପୂଜାରେ ଅଂଶଗ୍ରହଣ କରିଛନ୍ତି । ଏହା ମଧ୍ୟ ଦେଖନ୍ତୁ...ରାଜଧାନୀରେ ବିଦ୍ୟାଦାତ୍ରୀଙ୍କ ୬୪ ଫୁଟର ବିଶାଳ ମୂର୍ତ୍ତି, ୪୫ ଫୁଟର ଶାଢୀ ପରିଧାନ କରିବେ ମା'ସରସ୍ବତୀ ପୂଜା; କାରିଗରଙ୍କୁ ନାହିଁ ବିଶ୍ରାମ, ବଢୁନି ମୂର୍ତ୍ତି ଦାମଇଟିଭି ଭାରତ, ଭୁବନେଶ୍ବର

Category

🗞
News
Transcript
00:00Aum Aum Aum Aum Aum Aum
00:30Aum Aum Aum Aum Aum Aum Aum
01:00Aum Aum Aum Aum Aum Aum Aum
01:30Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum Aum A
Comments

Recommended