Skip to playerSkip to main content
  • 4 minutes ago
ପାଟଣା: ବିହାରର ଖଗାଡି଼ଆ ଜିଲ୍ଲାର NH-31ରେ ଆଜି ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ମାନସୀ ଥାନା ଅଞ୍ଚଳର ଅନିଲ ହୋଟେଲ ସମ୍ମୁଖରେ ଏକ CNG ଯାତ୍ରୀବାହୀ ବସ୍ ହଠାତ୍ ନିଆଁ ଲାଗିଯାଇଥିଲା । ବସରେ ପାଖାପାଖି  50ରୁ 60 ଜଣ ତୀର୍ଥଯାତ୍ରୀ ଥିଲେ । ନିଆଁ ଲାଗିବା ମାତ୍ରେ ବସ୍ ଭିତରେ ଆତଙ୍କ ଖୋଳିଯାଇଥିଲା । ଯାତ୍ରୀମାନେ ଶୀଘ୍ର ନିଜ ଜୀବନ ବଞ୍ଚାଇବା ପାଇଁ ବସ୍‌ରୁ ବାହାରକୁ ବାହାରିଥିଲେ । ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା । କୌଣସି ଆହତ ହୋଇଥିବାର ଖବର ନାହିଁ ।ସୂଚନା ଅନୁସାରେ, ବସ୍‌ଟି ନେପାଳରୁ ତୀର୍ଥଯାତ୍ରୀମାନଙ୍କୁ ନେଇ ପିଣ୍ଡଦାନ ପାଇଁ ଗୟାକୁ ଆସୁଥିଲା । ଶନିବାର ଭୋର ପ୍ରାୟ 3ଟାରେ, ମାନସୀ ଥାନା ଅଞ୍ଚଳର NH-31ରେ ଥିବା ଅନିଲ ହୋଟେଲ ସମ୍ମୁଖରେ ହଠାତ୍ ବସ୍‌ରେଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ପରେ ଯାତ୍ରୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଛି । ସମ୍ପୂର୍ଣ୍ଣ ବସ୍ ନିଆଁରେ ପୋଡ଼ିଯାଇଛି ।ଏହା ମଧ୍ୟ ପଢ଼ନ୍ତୁ...ଦୋକାନ ଭିତରେ ପଶିଲା ଲୁହା ବୋଝେଇ ଟ୍ରକ; ୩ ଦୋକାନ ଭାଙ୍ଗିରୁଜି ଚୁରମାରରାସ୍ତା ମଝିରେ ଚଳନ୍ତା ବସରୁ ବାହାରିଲା ଧୂଆଁ, ଜୀବନ ବଞ୍ଚାଇବାକୁ ଦୌଡିଲେ ଯାତ୍ରୀ

Category

🗞
News
Transcript
00:00Thank you for listening.

Recommended