ସୁଜି ଚକୁଳି ବନାନ୍ତୁ ଏବଂ ଟମାଟ ଚଟଣି ସହ ଛଟପଟା ଜଳଖିଆ ପରସନ୍ତୁ | ଆସନ୍ତୁ ପ୍ରସ୍ତୁତ କରିବା ସୁଜି ଚକୁଳି |
ଆବଶ୍ୟକୀୟ ସାମଗ୍ରୀ :
ସୁଜି 1 ଗ୍ଳାସ, ଆଳୁ 1ଟା, ପିଆଜ 1ଟା, ଖଣ୍ଡେ ଅଦା, 1 ବୁଦା ରସୁଣ, ବିନ, ଧନିଆ ପତ୍ର, କଞ୍ଚା ଲଙ୍କା 4ଟା, ଲୁଣ
ପ୍ରସ୍ତୁତି ପ୍ରଣାଳୀ :
ଏକ ଗ୍ଲାସ ସୁଜିରେ ଏକ ଗ୍ଲାସ ପାଣି ମିଶାନ୍ତୁ ଏହାକୁ 5 ମିନଟ ବତୁରେଇ ରଖନ୍ତୁ | ଏଥିରେ ଆଳୁର ଚୋପା ଛଡେଇ ଛୋଟ ଛୋଟ କରି କାଟି ରଖନ୍ତୁ | ପିଆଜ , ଅଦା ଧନିଆ ପତ୍ର , ରସୁଣ , ଅଦା , କଞ୍ଚାଲଙ୍କା ଛୋଟ ଛୋଟ କରି କାଟି ରଖନ୍ତୁ | ବର୍ତମାନ ଭିଜା ସୁଜି, କଟା ଆଳୁ , କଟା ହୋଇଥିବା ପିଆଜ , ଅଦା ଧନିଆ ପତ୍ର , ରସୁଣ , ଅଦା , କଞ୍ଚାଲଙ୍କା କୁ ନେଇ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ | ଅଳ୍ପ ପିଆଜ , ଧନିଆ କଟା ଅଲଗା ରଖନ୍ତୁ . ଗ୍ରାଇଣ୍ଡିଙ୍ଗ ହୋଇଥିବା ଘୋଳନା ରେ କଟା ପିଆଜ , ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ମିଶେଇ ଘଣ୍ଟି ଦିଅନ୍ତୁ | ବର୍ତମାନ ଗ୍ୟାସ ଅନ କରି ତାୱା ବସାନ୍ତୁ | ଅଳ୍ପ ତେଲ ଦେଇ ତାୱା ରେ ଚାରିଆଡେ ଭଲ ଭାବରେ ଲଗେଇ ଦିଅନ୍ତୁ | ଘୋଳାନା କୁ ନେଇ ତାୱା ରେ ଚକୁଳି ପରି ବନାନ୍ତୁ | ଗୋଟେ ପାର୍ଶ୍ୱ ହୋଇଗଲା ପରେ ତାକୁ ଲେଉଟେଇ ଦିଅନ୍ତୁ | କିଛି ସମୟ ପରେ ଆପଣଙ୍କ ସୁଜି ଚକୁଳି ପ୍ରସ୍ତୁତ ହୋଇଯିବ | ବର୍ତମାନ ସୁଜି ଚକୁଳି କୁ ନେଇ ଗରମ ଗରମ ଟମାଟ ସସ ସହ ପରସନ୍ତୁ |
ଆପଣ ମାନେ ଆମ ଚାନେଲ କୁ ସବସକ୍ରାଇବ କରନ୍ତୁ | ନୂଆ ନୂଆ ଖାଦ୍ୟ ପ୍ରସ୍ତୁତି ବିଷୟରେ ଜାଣିବା ପାଇଁ ଆମର ଚାନେଲ ରେ ଥିବା ବେଲ ଆଇକନ କୁ ପ୍ରେସ କରନ୍ତୁ |
Comments