Skip to playerSkip to main content
  • 8 minutes ago
ସିଓପୁର (ମଧ୍ୟ ପ୍ରଦେଶ): ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ ପୁଣି ଆଫ୍ରିକାରୁ ଆସୁଛନ୍ତି ନୂଆ ଅତିଥି । ମଧ୍ୟପ୍ରଦେଶ ସିଓପୁରସ୍ଥିତ କୁନୋ ଜାତୀୟ ଉଦ୍ଯାନରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଯାଉଛନ୍ତି । ବର୍ଷାଋତୁ ଶେଷ ହେବା ପରେ ଦକ୍ଷିଣ ଆଫ୍ରିକାରୁ ଆଉ 12ଟି ଚିତା  ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଅଣାଯିବାକୁ ଯୋଜନା ରହିଛି। 18ଟି ଭାରତୀୟ ଚିତାଙ୍କୁ ଅନ୍ୟ ତିନିଟି ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯିବା ପାଇଁ ବିଚାର କରାଯାଉଛି । ବର୍ତ୍ତମାନ ଭାରତରେ ଚିତା ସଂଖ୍ୟା 53 । ସେମାନଙ୍କ ମଧ୍ୟରୁ 49ଟି କୁନୋ ଜାତୀୟ ଉଦ୍ୟାନରେ ଅଛନ୍ତି । 2022 ସେପ୍ଟେମ୍ବର 17 ତାରିଖରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା 8ଟି ଚିତାବାଘଙ୍କୁ କୁନୋ ଜାତୀୟ ଉଦ୍ଯାନରେ ଛାଡିଥିଲେ । ସେମାନଙ୍କ ମଧ୍ୟରେ 5ଟି ମାଈ ଚିତା ଓ 3ଟି ପୁରୁଷ/ ଅଣ୍ଡିରା ଚିତା ଥିଲେ । ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାରୁ ଆଉ 12ଟି ଚିତାବାଘ ଅଣାଯାଇଥିଲା । ପରେ ମେ 2026ରେ ବୋଟସ୍ବାନାରୁ 2ଟି ଚିତାବାଘ ଏହି ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା ।  ସମୁଦାୟ 29ଟି ଚିତାବାଘ ବିଦେଶରୁ ଅଣାଯାଇଛି । ଅବଶିଷ୍ଟ ଚିତାବାଘ ଏଠାରେ ଜନ୍ମଗ୍ରହଣ କରିଛନ୍ତି । ଏପଟେ ବର୍ତ୍ତମାନ ସୁଦ୍ଧା 22ଟି ଚିତାବାଘଙ୍କ ମୃତ୍ୟୁ ଘଟିଛି। ଏହା ମଧ୍ୟ ପଢନ୍ତୁ:ବାଘ-ମଣିଷ ଭୟଙ୍କର ଲଢେଇ; ପରିବା କଟା ଛୁରୀରେ ବାଘକୁ ମାରି ଦେଲେ, ଯୁବକ ଗୁରୁତରଗଜପତିରେ ୭ବାଘ ଛାଲ ସହ ବିପୁଳ ବଜ୍ରକାପ୍ତା କାତି ଉଦ୍ଧାର, ୬ ଅଭିଯୁକ୍ତ ଗିରଫ - Wildlife Smugglers Arrested

Category

🗞
News
Transcript
00:28Transcribed by ESO, translated by —
00:30I love you
01:18I love you
01:30I love you
Comments

Recommended