Skip to playerSkip to main content
  • 4 years ago
ଜାଣନ୍ତୁ ବୈଜ୍ଞାନିକ ଉପାୟରେ ମୁକ୍ତା ଚାଷ କିପରି କରୁଛନ୍ତି ଓଡ଼ିଆ ଯୁବକ !

କଟକ: 28/12/2021(ରିପୋର୍ଟ:ଅକ୍ଷୟ କୁମାର ସିଂହ): ମୁକ୍ତା ମାଳ , ମୁକ୍ତା ଲକେଟ ଠାରୁ ଆରମ୍ଭ କରି ମୁକ୍ତାରେ ତିଆରି ବିଭିନ୍ନ ଅଳଙ୍କାର ଆପଣମାନେ ଦେଖିଥିବେ। ଦେଖିବାକୁ ଏହା ଯେତିକି ଆକର୍ଷଣୀୟ ସେତିକି ବ୍ୟୟ ସାପେକ୍ଷ ବି। ଏହି ସବୁ ମୁକ୍ତା ସାଧାରଣତଃ ଶାମୁକା ଭିତରୁ ମିଳିଥାଏ। ତେବେ ଶାମୁକାମାନଙ୍କୁ ବ୍ୟବହାର କରି ବୈଜ୍ଞାନିକ ଉପାୟରେ ମୁକ୍ତା ଚାଷ କରୁଛନ୍ତି ଜଣେ ଓଡ଼ିଆ ଯୁବକ। ତାଙ୍କ ମୁକ୍ତାର ଚାହିଦା ମଧ୍ୟ ଦେଶ ବିଦେଶରେ ରହିଛି। କଟକ କିଶନନଗରର ସାମନ୍ତରାପୁରରୁ ଦେଖିବାକୁ ମିଳିଛି ଏହି ରିପୋର୍ଟ।

ସାମନ୍ତରାପୁର ଗାଁର ମନୋଜ ବିଶୋଇ । ଉଚ୍ଚ ଶିକ୍ଷିତ ଆଉ ବେଶ ଉଚ୍ଚାଭିଲାସୀ। ଆଉ ଇଏ ହେଉଛି ତାଙ୍କ ମୁକ୍ତାଚାଷର ପୋଖରୀ। ମୁକ୍ତା ସହିତ ପୋଖରୀରେ ବିଭିନ୍ନ ପ୍ରକାରର ମାଛ ମଧ୍ୟ ଚାଷ କରନ୍ତି ସେ। ପାଠ ପଢି ଶିକ୍ଷିତ ହୋଇ ଚାକିରୀ ପଛରେ ନ ଗୋଡ଼ାଇ ନିଜେ କିଛି ଗୋଟେ କରିବାର ସଂକଳ୍ପ ଆଜି ତାଙ୍କୁ ଜଣେ ସଫଳ ମୁକ୍ତାଚାଷୀ କରି ତୋଳିଛି। ଏଥିପାଇଁ ବାବୁ ଅନୁଷ୍ଠାନରୁ ପ୍ରଶଂସିତ ହୋଇଛନ୍ତି ସେ। ତାଙ୍କର ଏହି ଛୋଟ ଫର୍ମରେ ପ୍ରତିଦିନ 6ରୁ 7ଜଣ ଲୋକ କାମ କରନ୍ତି। ମାଛ ମାନଙ୍କ ଯତ୍ନ ନେବା ସହ ଶାମୁକାମାନଙ୍କ ଯତ୍ନ ନିଆଯାଏ।

କିଭଳି ଶାମୁକା ଭିତରେ ମୁକ୍ତା ହୁଏ।

ପ୍ରଥମେ ଜୀବନ୍ତ ଶାମୁକାମାନଙ୍କୁ ଅଣାଯାଏ ତାଙ୍କ ପେଟରେ ଚାହିଦା ମୁତାବକ କିଛି ଦେବଦେବୀଙ୍କ ଲକେଟ ସାଇଜ ମୂର୍ତ୍ତି ରଖିଦିଆଯାଏ ଆଉ ଏହାକୁ 13ମାସ ପର୍ଯ୍ୟନ୍ତ ପୋଖରୀରେ ଏହିଭଳି ଭାବରେ ଏକ ପ୍ଲାଷ୍ଟିକଜାଲି କୋଠରୀ ଭିତରେ ସୂତା ମାଧ୍ୟମରେ ଟଙ୍ଗେଇ ଦିଆଯାଏ। ଶାମୁକାମାନଙ୍କୁ ଖାଇବା ପାଇଁ ପ୍ଲାଣ୍ଟମ ତିଆରି ପାଇଁ ବିଭିନ୍ନ ଅର୍ଗାନିକ ଔଷଧ ମଧ୍ୟ ବ୍ୟବହାର କରାଯାଏ। ଏହି ଭଳି ଭାବରେ ବିଭିନ୍ନ ବ୍ୟାଚରେ ଶାମୁକା ଚାଷ କରାଯାଇ ବର୍ଷରେ ବହୁ ବାର ମୁକ୍ତା ଅମଳ କରାଯାଇଥାଏ।

Category

🗞
News
Comments

Recommended