Skip to playerSkip to main content
  • 3 minutes ago
Massive cleanliness drive in Sambalpur, ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ମୁନିସିପାଲ କର୍ପୋରେସନ (SMC) ର ମିଳିତ ଆନୁକୂଲ୍ୟରେ ଆଜି ସମ୍ବଲପୁରରେ ଏକ ବ୍ୟାପକ 'ସ୍ୱଚ୍ଛତା ପର୍ବ' ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ସ୍ମୃତି, ପବିତ୍ର ମହାଳୟା ତଥା ନବରାତ୍ରୀ ପୂର୍ବରୁ ଆୟୋଜିତ ଏହି ମହା ଅଭିଯାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସ୍ୱୟଂ ସାମିଲ ହୋଇ ଝାଡ଼ୁ ଧରି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲା ପ୍ରଶାସନର ଏହି ଲୋକ ଅଭିଯାନରେ ଆଜି ସମ୍ବଲପୁରର ପାଖାପାଖି ୧ ଲକ୍ଷରୁ ଊର୍ଦ୍ଧ୍ୱ ନାଗରିକ ନିଜ ନିଜ ଘର, ଆଖପାଖ ପରିସର ଓ ରାସ୍ତାଘାଟ ସଫେଇ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି ବୋଲି ସମ୍ବଲପୁର ସାଂସଦ କହିଛନ୍ତି lଏହି ଅବସରରେ ସମ୍ବଲପୁର ସାଂସଦ ପ୍ରଧାନ କହିଛନ୍ତି, "ସୁସ୍ଥ ରହିବା ପାଇଁ ହେଲେ ପରିବେଶକୁ ସ୍ୱଚ୍ଛ ରଖିବାକୁ ପଡ଼ିବ । ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମୁନିସିପାଲ କର୍ପୋରେସନ ତରଫରୁ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏହି ସ୍ୱଚ୍ଛତା ପର୍ବ ଜନଆନ୍ଦୋଳନ ଆରମ୍ଭ କରାଯାଇଛି। ପ୍ରଶାସନର ଏହି ଯୋଜନାରେ ଆଜି ଜିଲ୍ଲା ର ପାଖାପାଖି ଲକ୍ଷେ ଲୋକ ସମ୍ବଲପୁର ଜିଲ୍ଲାରେ ନିଜ ନିଜ ପରିସରରେ, ଆଖପାଖ ଘରୁ ବାହାରକୁ ଆସି ସ୍ୱଚ୍ଛତା କାମରେ ଲାଗିଛନ୍ତି । ସ୍ୱଚ୍ଛତାକୁ ଜୀବନର ଚରିତ୍ର ଓ ସ୍ୱଭାବ ବନେଇବାକୁ ପଡ଼ିବ । ସବୁ ଜିନିଷ କେବଳ ସରକାରୀ ବ୍ୟବସ୍ଥା ଉପରେ ନିର୍ଭର କଲେ ହେବନାହିଁ । ଆମେ ଯେମିତି ଆମ ଘର ଭିତର ନିଜେ ସଫା କରୁଛୁ, ସେହିପରି ସମାଜ ଓ ପରିବେଶକୁ ସଫା ରଖିବା ପାଇଁ ସମୟ ଦେବାକୁ ପଡ଼ିବ । ସମ୍ବଲପୁରର ସମସ୍ତ ନାଗରିକ, ଯୁବକ, ବିଭିନ୍ନ ସାମାଜିକ ସଂଗଠନ, ସ୍କୁଲ-କଲେଜର ଛାତ୍ରଛାତ୍ରୀ ଏବଂ ଫଟୋଗ୍ରାଫର ଭାଇମାନଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି । ପବିତ୍ର ମହାଳୟା ଓ ନବରାତ୍ରୀ ପୂର୍ବରୁ ସମ୍ବଲପୁର ଆଜି ଗୋଟିଏ ନୂଆ ଉଦାହରଣ ତିଆରି କରିଛି । ସମ୍ବଲପୁର ସୁନ୍ଦର ଓ ସ୍ୱଚ୍ଛ ହେଲେ ଏଠିକାର ଅର୍ଥନୀତିର ପ୍ରଗତି ହେବ, ସହର ସୁସ୍ଥ ରହିବ, ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ ଏବଂ ସମସ୍ତଙ୍କ ବିକାଶ ହେବ । ମା' ସମଲେଶ୍ୱରୀଙ୍କ ପାଖରେ ମୋର ପ୍ରାର୍ଥନା, ଏହା ଆମର ଅଭ୍ୟାସ, ଲୋକ ଚରିତ୍ର ଓ ସଂସ୍କାରରେ ପରିଣତ ହେଉ ।"

ଏହା ମଧ୍ୟ ପଢ଼ନ୍ତୁ- ଜୀବନ ନେଲା ରିଲ୍ସ ନିଶା ! ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଟ୍ରେନ ଧକ୍କାରେ ନାବାଳକ ମୃତ ଏହା ମଧ୍ୟ ପଢ଼ନ୍ତୁ- ମହାଳୟାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ବ୍ରାହ୍ମଣ ସମାଜର ତିଳତର୍ପଣ

ଇଟିଭି ଭାରତ, ସମ୍ବଲପୁର

Category

🗞
News
Transcript
00:00.
00:30.
01:30.
01:31People are building their lives to the people of the country.
01:36It is a work to make the life of the country and to be the city.
01:47Everyone does need to keep the government's veil on the backs of the country.
01:53It is a citoyen that doesn't have to be a business into the country.
01:55This is a community of people in the country.
02:28Thank you very much.
02:31Thank you very much.
Comments

Recommended